ଜିଲ୍ଲା ଛାତ୍ର କଂଗ୍ରେସ ଓ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ସମ୍ୱର୍ଦ୍ଧନା ସମାରୋହ
1 min read
ରାଉରକେଲା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ ଓ ଜିଲ୍ଲା ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଇଜାଜ ଅଖତରଙ୍କ ଅଧ୍ୟକ୍ଷତାରେ ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନ ପରିସରରେ ଏକ ସମ୍ୱର୍ଦ୍ଧନା ସମାରୋହ ପାଳନ କରାଯିବା ସହ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟାଳୟକୁ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ଉପସଭାପତି ପ୍ରସନ୍ନ ବଳିୟାରସିଂହଙ୍କ ପରିଚାଳନାରେ ଆୟୋଜିତ ସମାରୋହରେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସର ନବନିବଯୁକ୍ତ ସଭାପତି ତଥା ବଣେଇର ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ ମଞ୍ଚାସୀନ ଥିଲେ। ଏହା ସହିତ ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ, ମହିଳା କଂଗ୍ରେସ ସଭାନେତ୍ରୀ ନିରୂପମା ବଳିୟାରସିଂ, ସଂଖ୍ୟାଲଘୁ ଅଧ୍ୟକ୍ଷ ଇଜାଜ ଅଖତର, ପୂର୍ବତନ ଉପସଭାପତି ବାସୁଦେବ ବାନାର୍ଜୀ, ପୂର୍ବତନ ସାଧାରଣ ସମ୍ପାଦକ ସରୋଜ ଲେଙ୍କା, ବରିଷ୍ଠ ନେତା ଇନ୍ଦ୍ରମୋହନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ଦେହୁରୀ, ପୂର୍ବତନ ବିଧାୟକ ଶ୍ରୀ ମହାପାତ୍ର, ପିସିସି ସାଧାରଣ ସମ୍ପାଦକ ଯେ, ସମ୍ପ୍ରତି ମୋଦି ସାଙ୍ଗିଆକୁ ନେଇ ସୁପ୍ରିମ କୋର୍ଟ ରାହୁଳ ଗାନ୍ଧୀଙ୍କ ସପକ୍ଷରେ ରାୟ ଦେବା ଐତିହାସିକ ଘଟଣା ବୋଲି କହିଥିଲେ। ଏହା ରାହୁଳଙ୍କ ବିଜୟ ନୁହେଁ ବରଂ ଗଣତନ୍ତ୍ରର ବିଜୟ। ରାହୁଳଙ୍କ ଅସୀମ ଧୈର୍ଯ୍ୟର ବିଜୟ। ତେଣୁ କଂଗ୍ରେସର ସମସ୍ତ କର୍ମକର୍ତ୍ତା, ବିଭିନ୍ନ ବିଭାଗ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସଂଖ୍ୟାଲଘୁ କଂଗ୍ରେସ ତୃଣମୂଳ ସ୍ତରରେ ଅସୀମ ଧୈର୍ଯ୍ୟଶୀଳ ହୋଇ ବିଜେପି-ବିଜେଡିର ବିରୋଧ କରିବାକୁ ମଞ୍ଚାସୀନ ନେତାମାନେ ଆହ୍ୱାନ ଦେଇଥିଲେ। ଯୁବନେତା ଶିବୁ ଦୀପଙ୍କ ଆହ୍ୱାନକ୍ରମେ ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେ ତାଙ୍କ ବକ୍ତବ୍ୟରେ ଯଥାଶୀଘ୍ର ବୁଥ୍, ୱାର୍ଡ ଓ ବ୍ଲକ୍ସ୍ତରୀୟ କମିଟିମାନ ଗଠନ କରାଯାଇ ବିଜେଡି-ବିଜେପିକୁ ବୁଥ୍ ସ୍ତରରୁ ବିରୋଧ କରାଯିବ ବୋଲି କହିଥିଲେ। ଏହାଦ୍ୱାରା ରାଉରକେଲାରେ ୨୦୨୪ ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ଦୃଢ ଆଶାବ୍ୟକ୍ତ କରିଥିଲେ।
ଏହି ମସାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋତିଲାଲ ଦୀପ, ରାଉରକେଲା ନିର୍ବାଚନ ମଣ୍ଡଳୀ ସଭାପତି ଗାନ୍ଧୀ ଦାସ, ରାଜ୍ୟ ସାଧାରଣ ସମ୍ପାଦିକା ରୀନା ରାୟ, ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଉପସଭାପତି ସଞ୍ଜୟ ଦାସ, ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ଢୋଲିଆ, ରାଜ୍ୟ ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ସଦ୍ଦାବ ଅହମ୍ମଦ ଓ ସାକିର ହୁସେନ, ରାଜ୍ୟ ସମ୍ପାଦକ ସାଜିଦ ବରୀ (ରିଙ୍କୁ କଲାଲ), ଛାତ୍ର କଂଗ୍ରେସ ରାଉରକେଲା ବିଧାନସଭା କ୍ଷେତ୍ରର ସଭାପତି ଅଜୟ କୁର୍ମୀ, ରଘୁନାଥପାଲ୍ଲୀର ଛାତ୍ର କଂଗ୍ରେସ ସଭାପତି ଅନୁରାଗ ବିଶ୍ୱାଳ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଅମନ ଅଗ୍ରୱାଲ ପ୍ରମୁଖ ଯୁବ କଂଗ୍ରେସର ନବନିର୍ବାଚିତ ଓ ଛାତ୍ର କଂଗ୍ରେସ ଏବଂ ସଂଖ୍ୟାଲଘୁ କଂଗ୍ରେସର ମନୋନୀତ ପଦାଧିକାରୀଙ୍କୁ ଅତିଥିବୃନ୍ଦ ସମ୍ୱର୍ଦ୍ଧିତ କରିଥିବା ବେଳେ ଜିଲ୍ଲା କଂଗ୍ରେସର ବନମାଳୀ ବିଶୋୟୀ, ରବି ଭଞ୍ଜ, ଭାସ୍କର ଖିଲ୍ଲାର, ସେଖ୍ ଫିରଦୋସ, ସୁଲେମାନ ଖାନ, ଅମ୍ରିତ କୌର, ରୁକସାନା ବେଗମ, ସେକ ପରବିନ, ନିଆଜ ଅହମ୍ମଦ, ଯୁବନେତା ସୁଶାନ୍ତ ବେହେରା, ଶେଖର ଦାସ, ସୁଶୀଲ ରଣା, ଅମୀତ ବାରିକ, ଦେବାଶିଷ ମହାନନ୍ଦ, ସାହିଲ ହୁସେନ, ଏମ୍ଡି ମୋଇନ, ମହମ୍ମଦ ଆଫ୍ରିଦ, ଏସ୍କେ ସେହେଜାଦ, ଲଦନ ଖାନ, ମହମ୍ମଦ ସିରାଜୁଦ୍ଦିନ, ମହମ୍ମଦ ତସଲିମ, ଇଜାଜ ଖାନ, ମହମ୍ମଦ ସଦମନ, ଆୟୁବ ଖାନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।