କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ନୂଆଦିଲ୍ଲୀ ଆୟୋଜିତ ଅମୃତ ଯୁବ କଳାଉତ୍ସବ ଆରମ୍ଭ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଅମୃତ ଯୁବ କଳୋତ୍ସବ ସ୍ଥାନୀୟ ସିଭିକ‌୍‍ ସେଣ୍ଟରଠାରେ ଉଦ‌୍‍ଘାଟିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟକାରୀ ନିଦ୍ଦେର୍ଶକ ପ୍ରମୋଦ କୁମାର ଶତପଥୀ ଓ ଏନ.ଆଇ.ଟି. ରାଉରକେଲାର ନିଦ୍ଦେର୍ଶକ ପ୍ରଫେସର ଡ. କେ ଉମାମହେଶ୍ୱର ରାଓ ଏହି ଉତ୍ସବର ଯଥାକ୍ରମେ ଉଦ‌୍‍ଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବର ଆରମ୍ଭରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସଚିବ ରାଜୁ ଦାସ ଅମୃତ ଯୁବ କଳୋତ୍ସବର ଉଦ୍ଦେଶ୍ୟ ଓ ଆୟୋଜନ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। ଉତ୍ସବର ମୁଖ୍ୟ ସଂଯୋଜକ ତଥା ଏସ.ଏନ.ଏ.ର ସାଧାରଣ ପରିଷଦର ସଦସ୍ୟ ଡ. ସଂଜୟ ଚୌଧୁରୀ ରାଉରକେଲାବାସୀଙ୍କ ସହଯୋଗ ତଥା ସହୃଦୟତା ପାଇଁ ଏହି ଉତ୍ସବ ସଫଳ ହେବାକୁ ଯାଉଛି ବୋଲି କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ସଂଯୋଜକ କୈଳାସ ପାତ୍ର ମଞ୍ଚ ପରିଚାଳନା କରିଥିଲେ।

 ବିଶିଷ୍ଟ ଓଡ଼ିଶୀ ଗାୟକ ତଥା ଓଡ଼ିଶାର ଗୌରବ ଗୁରୁ ରାମହରି ଦାସଙ୍କ ନେତୃତ୍ୱରେ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପୁରୀର ଯୁବ କଳାକାରମାନେ ସୁମଧୁର କଣ୍ଠରେ ଓଡ଼ିଶୀ ସଂଗୀତ ଗାନ କରିଥିଲେ। କୈଶିକୀ ଆର୍ଟସ ଏଣ୍ଡ ରିସର୍ଚ୍ଚ ସେଣ୍ଟର କୋଲକାତାର ଯୁବ କଳାକାରମାନେ ‘ମୋହିନୀ ନାଟ୍ୟମ’, ଗଞ୍ଜାମ ଫୋକ‌୍‍ ଆର୍ଟ‌୍‍ସ ସେଣ୍ଟର ଗଞ୍ଜାମର କଳାକାରମାନେ ରଣପା ନୃତ୍ୟ, ଢୋଲମହୁରୀ କଳାପରିଷଦ ଓଡ଼ିଶାର ଯୁବ କଳାକାରମାନେ ଆଦିବାସୀ ଲୋକନୃତ୍ୟ କରମା ଆଦି ପ୍ରଦର୍ଶନ କରିଥିଲେ। ଶେଷରେ ବିଶିଷ୍ଟ ନାଟ୍ୟବିଦ୍‌ ଏନଏସ୍‌ଡିଆନ୍‌ ଶେଖ୍‌ ଖଇରୁଦ୍ଦିନ୍‌ଙ୍କ ରଚିତ ତଥା ବିଶିଷ୍ଟ ନୃତ୍ୟ ଶିଳ୍ପୀ, ନିଦ୍ଦେର୍ଶିକା କୁମାରୀ ଅନମ୍‌ ଶେକ୍ଙଖ୍‌ ନିଦ୍ଦେର୍ଶିତ ନାଟକ ‘ସହାଦତ୍‌’ ମଞ୍ଚସ୍ଥ ହୋଇଥିଲା।

ସ୍ୱାଧୀନତା ପୂର୍ବ ସମୟରେ ଚୌରୀଚୌରା ଘଟଣା ପରେ ଗାନ୍ଧିଜୀ ଅହିଂସା ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ଚନ୍ଦ୍ରଶେଖର ଆଜାଦ, ସଚ୍ଚିଦାନନ୍ଦ ସାନ୍ୟାଲ ପ୍ରଭୃତି ଆନ୍ଦୋଳନକାରୀ ପ୍ରତ୍ୟକ୍ଷ ଯୁଦ୍ଧ ମାଧ୍ୟମରେ ଭାରତକୁ ସ୍ୱାଧୀନତା ଆଣିଦେବାର ବିଶ୍ୱାସ ରଖି ଚଳାଇଥିବା ସସସ୍ତ୍ର ଆନ୍ଦୋଳନ ଘଟଣା ଆଧାରରେ ପ୍ରଦର୍ଶିତ ନଟକକକୁ ଉପସ୍ଥିତ କଳାପ୍ରେମୀ ପ୍ରଶଂସା କରିଥିଲେ।

ଏହି ତିନିଦିନିଆ ମହୋତ୍ସବର ପ୍ରାଥମିକ ପର୍ଯ୍ୟାୟରେ ‘ଯୁବ ନାଟ୍ୟକାର କର୍ମଶାଳା ‘କଳାସୃଜନ’କୁ ଉଦ‌୍‍ଘାଟନ କରିଥିଲେ ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀର ସଚିବ ରାଜୁ ଦାସ। ଏଥିରେ ଅନ୍ୟତମ ଅତିଥି ଭାବେ ଆଦର୍ଶ ପାଠାଗାରର ଅଧ୍ୟକ୍ଷ ନ୍ଦ୍ରଶେଖର ଶତପଥି ଓ ଏକାଡେମୀର ସଂଜୟ ଚୌଧୁରୀ ଯୋଗଦାନ କରିଥିଲେ। ବିଜୟ ସିଂହ ମଞ୍ଚ ପରିଚାଳନା କରିଥିଲେ। ଏହି କର୍ମଶାଳା ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ଯାଏ ଦିନ  ୧୦ ଘଟିକାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଆଦର୍ଶ ପାଠାଗାର ଠାରେ ଅନୁଷ୍ଠିତ ହେବ। ମୁମ୍ୱାଇର ବିଶିଷ୍ଟ ନାଟ୍ୟକାର ଅଭିରାମ ଉଦ‌୍‍କମକର ନୂଆଦିଲ୍ଲୀର ଅସିଫ୍‌ ଅଲ୍ଲୀ ହାଇଦର ଓ ଆଲୋକ ଶୁକ୍ଲା ଯୁବ କଳାକାରମାନଙ୍କୁ ନାଟକ ରଚନାର କୌଶଳ ଶିକ୍ଷା ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *

error: Content is protected !!