ସେଲ ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ
1 min read
ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଉପଲକ୍ଷେ ଅଗଷ୍ଟ ୬ ତାରିଖରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ଇସ୍ପାତ ଜେନେରାଲ ହସ୍ପିଟାଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ସିଏମଓ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ଵାଳ, ସିଏମଓ (ଏମ ଆଣ୍ଡ ଏଚଏସ), ଡକ୍ଟର ପି କେ ମହାପାତ୍ର, ସିଏମଓ (ଏମ ଆଣ୍ଡ ଏଚଏସ), ଡକ୍ଟର ଜୟନ୍ତ ଆଚାର୍ଯ୍ୟ, ସିଏମଓ (ଏମ ଆଣ୍ଡ ଏଚଏସ), ଅନ୍ୟ ବରିଷ୍ଠ ଡାକ୍ତର, ବରିଷ୍ଠ ଅଧିକାରୀ, ଡିଏନବି ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଆଇଜିଏଚ୍ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅଧିବେଶନରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଶିଶୁ ନିଦାନ ବିଭାଗର ଡାକ୍ତର, ଷ୍ଟାଫ, ସ୍ତନ୍ୟପାନ କରାଉଥିବା ମାତା ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ।

ଏହି ଅବସରରେ ଡାକ୍ତର ହୋତା କର୍ମଜୀବୀ ମହିଳାମାନଙ୍କ ମଧ୍ୟରେ ସ୍ତନ୍ୟପାନରେ ହ୍ରାସର ଧାରା ବିଷୟରେ ଆଲୋକପାତ କରିଥିଲେ ଏବଂ ଶିଶୁମାନଙ୍କର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିର ଉନ୍ନତି ପାଇଁ ଶିଶୁଙ୍କୁ ମାଆ କ୍ଷୀର ଦେବା ବିଷୟରେ ପ୍ରୋତ୍ସାହନ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ମାଆ କ୍ଷୀରରେ ଉପଲବ୍ଧ ସମସ୍ତ ପର୍ଯ୍ୟାପ୍ତ ପ୍ରାକୃତିକ ପୌଷ୍ଟିକତା ଏବଂ ସ୍ତନ୍ୟପାନ ଶିଶୁର ସ୍ୱାସ୍ଥ୍ୟ ଏବଂ ବଞ୍ଚିବାରେ କିପରି ସାହାଯ୍ୟ କରେ ସେ ବିଷୟରେ ସେ ବ୍ୟାଖ୍ୟା କରିଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ସ୍ଲୋଗାନ ଏବଂ ପୋଷ୍ଟର ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ନର୍ସିଂ ଟ୍ରେନିଂ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ କର୍ମଜୀବି ମାତାମାନଙ୍କ ମଧ୍ୟରେ ସ୍ତନ୍ୟପାନର ଗୁରୁତ୍ୱକୁ ଦର୍ଶାଇ ଏକ ଛୋଟ ନାଟକ ମଞ୍ଚସ୍ଥ କରିଥିଲେ।

ପ୍ରାରମ୍ଭରେ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ସମାବେଶକୁ ସ୍ୱାଗତ କରିଥିଲେ ଏବଂ ଚଳିତ ବର୍ଷର ବିଷୟବସ୍ତୁ “ଚାଲ ସ୍ତନ୍ୟପାନ କରାଇବା ଏବଂ କାମ କରିବା” ବିଷୟବସ୍ତୁ ଉପରେ ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଅତିରିକ୍ତ ସିଏମଓ ଡାକ୍ତର ଅର୍ଚ୍ଚନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ମଧ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଅନୁଯାୟୀ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ।