Skip to content
କେନ୍ଦ୍ର ସଙ୍ଗୀତ ଅକାଦେମୀ ପକ୍ଷରୁ ରାଉରକେଲା ସହରର ସିଭିକ୍ ସେଣ୍ଟରଠାରେ ତିନିଦିନିଆ ଅମ୍ରିତ କାଳୋଉତ୍ସବ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ ମହୋତ୍ସବରେ ଓଡ଼ିଶା ସମେତ ଆଠଟି ରାଜ୍ୟର ନୃତ୍ୟ, ସଙ୍ଗୀତ, ଲୋକ ସଂସ୍କୃତି, ନାଟକ ଆଦି ପ୍ରଦର୍ଶିତ ହେବ। ଏହା ସହିତ ନାଟକ ଲେଖା ସମ୍ପର୍କୀତ ତିନିଦିନିଆ କର୍ମଶାଳା ମଧ୍ୟ ଆୟୋଜିତ ହେବ। ଏଥିରେ ୪୦ବର୍ଷରୁ କମ୍ ବର୍ଗର ବ୍ୟକ୍ତିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ଏହି ତିନିଦିନିଆ ମହୋତ୍ସବରେବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ତିନିଦିନିଆ ସ୍ବତନ୍ତ୍ର ନୃତ୍ୟ ଓ ସଙ୍ଗୀତ ଭିତ୍ତିକ କର୍ମଶାଳା ମଧ୍ୟ ଆୟୋଜିତ ହେବ। ସେହିଭଳି ମହୋତ୍ସବର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର ଦିନ କଳା ସମ୍ପର୍କୀତ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଆୟୋଜିତ ହେବ। କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସିଭିକ ସେଣ୍ଟରଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ରାଜୁ ଦାଶଙ୍କ ସମେତ ସାଧାରଣ ପରିଷଦର ସଦସ୍ୟ ସଞ୍ଜୟ ଚୌଧୁରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ହେବାକୁ ଯାଉଛି।
Post Views: 223
error: Content is protected !!