Skip to content
ରାଉରକେଲା ସହରରେ ସମ୍ପ୍ରତି ଏକାଧିକ ବ୍ୟବସାୟିକ ସପିଙ୍ଗ୍ ମଲ୍ ରହିଛି। ଏହିସବୁ ମଲ୍ ସହରର ବିଭିନ୍ନ ବ୍ୟବସାୟିକ ପେଣ୍ଠସ୍ଥଳିରେ ରହିଛି। ଏଥିପାଇଁ ସରକାରୀଭାବେ ଅନୁମତି ମଧ୍ୟ ଦିଆଯାଇଛି। ଏହି ଅନୁମତି ଦେବାପାଇଁ ଅନେକ ନୀତି ଓ ନୀୟମ ରହିଛି। ଏହି କ୍ରମରେ ସହରର ଛେଣ୍ଡ୍ କଲୋନୀ ପ୍ରବେଶ ପଥ ନିକଟସ୍ଥ ବାଗବୁଡ଼ିର ଆବାସିକ ଅଞ୍ଚଳରେ ସରକାରୀଭାବେ ଅନୁମତି ଦିଆଯାଇଥିବା ଏକ ସପିଙ୍ଗ୍ ମଲ୍ ହେଉଛି ପ୍ଲୁଟୋନ୍ ମଲ୍। ପ୍ରଥମେ ପ୍ଲୁଟୋ ପ୍ଲାଜା ନାଁ ରହିଥିବା ଏହି ବ୍ୟବସାୟିକ ସଂସ୍ଥା ପ୍ଲୁଟୋନ୍ ମଲ୍ ନାମରେ ଉଦ୍ଘାଟିତ ହୋଇଥିଲା। ଉଦ୍ଘାଟନ ପରଠାରୁ ଗତ ପ୍ରାୟ ୮ ମାସ ମଧ୍ୟରେ ଏହି ସଂସ୍ଥା ନିୟମିତଭାବେ ସରକାରୀ ନୀତି ନିୟମକୁ ବେଖାତିର କରିଆସୁଥିବା ଅଭିଯୋଗର ତାଲିକା ବେଶ୍ ଲମ୍ବା। ଏହା ସତ୍ତ୍ବେ ସୁଦ୍ଧା ପ୍ରଶାସନ , ପୋଲିସ ଓ ଆର୍ଏସପି କର୍ତ୍ତୃପକ୍ଷ ଚୁପ୍ ରହୁଥିବା ଦେଖିବାକୁ ମିଳିଛି। ରବିବାର ଦିନ ଏହି ମଲ୍କୁ ଶହ ଶହ ବ୍ୟକ୍ତି ଆସିଥିବା ଦେଖିବାକୁ ମିଳିଥିଲା।
ଦୁର୍ଗା ପୁଜା ଭିଡ଼ ଭଳି ଏହି ମଲ୍କୁ ଆସୁଥିବା ଗ୍ରାହକମାନେ ମନଇଚ୍ଛା ରିଙ୍ଗ୍ରୋଡ୍ ସମେତ ମଲ୍କୁ ରିଙ୍ଗ୍ରୋଡ୍ ସହିତ ସଂଯୋଗ କରୁଥିବା ରାସ୍ତାର ଦୁଇ ପାର୍ଶ୍ବ, ମଲ୍ ସମ୍ମୁଖରେ ଥିବା ଆର୍ଏସ୍ପିର ଗ୍ରୀନ୍ ଜୋନ୍ ଅଞ୍ଚଳରେ ଶହ ଶହ ଦୁଇଚକିଆ ଓ ଚାରି ଚକିଆ ଗଡ଼ି ପାର୍କିଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା। ସରକାର ନୀତି ନିୟମ ମୁତାବକ କୌଣସି ସପିଙ୍ଗ୍ ମଲ୍କୁ ଆସୁଥିବା ସମସ୍ତ ବର୍ଗର ଗ୍ରାହକମାନଙ୍କ ଗାଡ଼ି ପାର୍କିଙ୍ଗ ବ୍ୟବସ୍ଥା ମଲ୍ ପରିସରରେ ହେବାର ନିୟମ ରହିଛି। ଏହି ନିୟମର ଖିଲାପ ହେଲେ ସ୍ଥାନୀୟ ପ୍ରଶାସନ କିମ୍ବା ନଗର ନିଗମ ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। କିନ୍ତି ପ୍ଲୁଟୋନ୍ ମଲ୍ କ୍ଷେତ୍ରରେ ଆର୍ଏସପି କିମ୍ବା ସ୍ଥାନୀୟ ପ୍ରଶାସନ କିମ୍ବା ସ୍ଥାନୀୟ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ସବୁକିଛି ଜାଣି ମଧ୍ୟ ଅଜଣା ରହୁଥିବା ଅଭିଯୋଗ ହେଉଛି। ଏ ନେଇ କର୍ତ୍ତୃପକ୍ଷ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନ ନେଲେ ପାର୍କିଙ୍ଗ ସମସ୍ୟାକୁ ନେଇ ଅନ୍ୟାନ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
Post Views: 101
error: Content is protected !!