ରାଉରକେଲାରେ କୋହିନୁର ସର୍କସର ଶୁଭାରମ୍ଭ
1 min read
ଦେଶର ଜଣାଶୁଣା କୋହିନୁର ସର୍କସ ପ୍ରଥମଥର ପାଇଁ ଇସ୍ପାତ ନଗରୀ ରାଉରକେଲାରେ ସେକ୍ଟର ୧୩ ଦୁର୍ଗାପୂଜା ମେଲଣ ପଡିଆଠାରେ ପ୍ରଦର୍ଶନ ଆରମ୍ଭ କରିଛି। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ବାରା ଏହି ପ୍ରଦର୍ଶନ ଉଦଘାଟିତ ହୋଇଯାଇଛି। ଏହି ସର୍କସରେ ପ୍ରଥମ ଥରପାଇଁ ଆଫ୍ରିକା ଓ ଇଥିଓପିଆ କଳାକାରଙ୍କ ଦ୍ବାରା ଆକର୍ଷଣୀୟ କଳାକୌଶଳ ପ୍ରଦର୍ଶନ ହେଉଛି। ବିଭିନ୍ନ ଖେଳ ମାଧ୍ୟମରେ ହ୍ୟାଟ ଡଗଲିଙ୍ଗ, ସ୍କେଟିଂ, ରୋଲର ବାଲାନ୍ସ,ରିଙ୍ଗ ଡ୍ୟାନ୍ସ ଏବଂ ଦେଶୀ କଳାକାରଙ୍କ ଦ୍ବାରା ଗ୍ଲୋବ ଭିତରେ ମୋଟର ସାଇକେଲ ଚାଳନା, ଫାୟାର ଡ୍ୟାନ୍ସ, ଫ୍ଲାଇଙ୍ଗ ଟ୍ରପିଜ,ଜୋକର ମାନଙ୍କର ମଜାଳିଆ ଖେଳ କୌତୁକ ପଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ।

ଏହି ସର୍କସ ଆସନ୍ତା ସେପ୍ଟେମ୍ବର ମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ ୩ଟି ଶୋ ଦିନ ୧ଟା,ଅପରାହ୍ନ ୪ଟା ଓ ସଂଧ୍ୟା ୭ଟା ବେଳେ ପଦର୍ଶନ କରାଯିବ । ଏଥିପାଇଁ ଟିକେଟର ମୂଲ୍ୟ ୧୦୦,୨୦୦,୩୦୦ଟଙ୍କା ରଖାଯାଇଛି । ଅଗ୍ରିମ ଟିକେଟ ସର୍କସର କାଉଣ୍ଟର ଠାରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ଚନ୍ଦ୍ର ମହାନ୍ତି, ବିନୟ ସିଂହ, ଭୂଷଣ ସେଠୀ, ହରେକୃଷ୍ଣ ପାଢୀ, ପ୍ରିୟଙ୍କା ପାଣି, ପ୍ରତିମା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସହରବାସୀ ସର୍କସ ଦେଖିବାର ସୁଯୋଗ ନେବାସହ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ମ୍ୟାନେଜର ବୈକୁଣ୍ଠ ନାଥ ପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଅନୁରୋଧ କରିଛନ୍ତି।