ବିଶ୍ୱ ଆଦିବାସୀ ଦିବସ ପାଳନ କମିଟି ପକ୍ଷରୁ ଆସନ୍ତା ୯ ତାରିଖରେ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ
1 min read
ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସ ୯ ତାରିଖ ଦିନ ପାଳିତ ହେବାକୁ ଯାଉଛି ବିଶ୍ୱ ଆଦିବାସୀ ଦିବସ। ଏହି ଦିବସ ବିଶ୍ୱ ଆଦିବାସୀ ଦିବସ ପାଳନ କମିଟି ପକ୍ଷରୁ ରାଉରକେଲା ସହରର ଉଦିତ ନଗର ପରେଡ୍ ପଡ଼ିଆରେ ପାଳନ ହେବାକୁ ଯାଉଛି। ଏହି ଦିବସକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ବିଶ୍ୱ ଆଦିବାସୀ ଦିବସ ପାଳନ କମିଟି ପକ୍ଷରୁ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଳନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ଆଦିବାସୀ ଦିବସ ପାଳନ କମିଟିର ସଭାପତି ମଙ୍ଗଳ ଓରାମ ଓ ଆବାହକ ଲେଥା ତିର୍କୀ ଏବଂ ସାଧାରଣ ସମ୍ପାଦକ ଲଳିତା ତିର୍କୀ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ।

ସୂଚନା ମୁତାବକ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଆଦିବାସୀ ସଙ୍ଗଠନର ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେବେ। ଏହି ଅବସରରେ ଆସିବାସୀମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କୀତ ସଚେତନତାର ବାର୍ତ୍ତା ଦିଆଯିବ। ଏଥିରେ ଓଡ଼ିଶା ବାହାର ରାଜ୍ୟରୁ ୪ଜଣ ବିଶିଷ୍ଟ ଅତିଥିଭାବେ ଯୋଗଦେବେ। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଦଳର ଆଦିବାସୀ ବିଧାୟକମାନଙ୍କ ସମେତ ଅନ୍ୟ ନିର୍ବାଚିତ ପ୍ରତିନିଧି ଦେବେ। ଏହା ସହିତ ଆଦିବାସୀମାନଙ୍କ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳ ଓରାମ ବିଶ୍ବ ଆଦିବାସୀ ଦିବସ ପାଳନ କମିଟିର କାର୍ଯ୍ୟକ୍ରମ ଆୟୋଜନ ସମିତିର ଗଜେନ୍ଦ୍ର ତିର୍କୀ, ଅଜିତ ତିର୍କୀ ଓ ଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।