ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ୍‌ ସଙ୍ଗଠନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

1 min read
Spread the love

ରାଉରକେଲା ସହର ସମେତ ସହର ଉପଖଣ୍ଡର କିଛି ଅଞ୍ଚଳରେ ସକ୍ରୀୟ ଥିବା ସାମାଜିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ୍‌ ସଙ୍ଗଠନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ସହର ଉପକଣ୍ଠରେ ଥିବା ସାଇନିଙ୍ଗ୍‌ କ୍ଲବ୍‌ ପରିସରରେ ସ୍ଥାନୀୟ ହାଇଟେକ୍‌ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ ସହଯୋଗରେ ଆୟୋଜିତ ଏହି ଶିବିର ମାଧ୍ୟମରେ ମୁଖ୍ୟତଃ ବର୍ଷା ଦିନିଆ ରୋଗର ଚିହ୍ନଟ ଓ ଏ ନେଇ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଇଥିଲା।

ଏଥିରେ ହାଇଟେକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାକ୍ତର ଓ ଅନ୍ୟମାନେ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶତାଧିକ ବ୍ୟକ୍ତି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ୍‌ ସଙ୍ଗଠନର ସଭାପତି ବନ୍ଦିତା ମାହାତୋଙ୍କ ନେତୃତ୍ୱରେ ହୋଇଥିଲା। ଏଥିରେ ସଙ୍ଗଠନର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!