ରାଉରକେଲା ଟ୍ୟାକ୍ସ ବାର୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ହେବ ଦୁଇଦିନିଆ ଜାତୀୟ ସମ୍ମିଳନୀ

1 min read
Spread the love

ରାଉରକେଲା ଟ୍ୟାକ୍ସ ବାର୍‌ ଆସୋସିଏସନ୍‌ ପକ୍ଷରୁ ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି ଏକ ଦୁଇଦିନିଆ ଜାତୀୟସ୍ତରର ଟ୍ୟାକ୍ସ  ସମ୍ମିଳନୀ। ଏ ସମ୍ପର୍କରେ ଆସୋସିଏସନ୍‌ ପକ୍ଷରୁ ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍‌ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିପାଇଁ ଏକ ଆୟୋଜନ ସମିତିର ଗଠନ କରାଯାଇଛି।  ଏହି କମିଟିର ଅଧ୍ୟକ୍ଷଭାବେ ଆଇନଜୀବୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ଏବଂ ସହ ଅଧ୍ୟକ୍ଷ ରହିଛନ୍ତି ଆଇନଜିବୀ ପ୍ରତାପ ଚନ୍ଦ୍ର ରଥ। ସାଧାରଣ ସମ୍ପାଦକ ଦିଲ୍ଲୀପ ଅଗ୍ରୱାଲ ଓ ଆବାହକ ରହିଛନ୍ତି ମନୋଜ ଅଗ୍ରୱାଲ।

ଏହା ସହିତ ଅନ୍ୟାନ୍ୟ କମିଟି ସଦସ୍ୟ ଓ କର୍ମକର୍ତ୍ତାମାନେ ମଧ୍ୟ ରହିଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀରେ ଗତ କିଛିମାସ ମଧ୍ୟରେ ଦେଶରେ ଟିକସ ବ୍ୟବସ୍ଥା ସମ୍ପର୍କୀତ ବିଭିନ୍ନ ପରିବର୍ତ୍ତନ ଓ ସଂଶୋଧନ ସମ୍ପର୍କରେ ସବିଶେଷ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି। ଏହା ସହିତ  ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ବରିଷ୍ଠ ଓ ବିଶିଷ୍ଟ ଟିକସ ବିଶେଷଜ୍ଞଙ୍କ ସମେତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ଅନ୍ୟତମ ବିଚାରପତି ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେବେ ବୋଲି ସୁଚନା ଦିଆଯାଇଛି। ସୂଚନା ମୁତାବକ ଏହି ସମ୍ମିଳନୀ ଚଳିତ ମାସ ୨୬ ଓ ୨୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ।     

Leave a Reply

Your email address will not be published. Required fields are marked *

error: Content is protected !!