Skip to content
ଗତ କିଛିଦିନ ଧରି ରାଉରକେଲା ଇସ୍ପାତ ଶିଳ୍ପ ସହରାଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ଦେଖାଦେଇଛି। ଏହାର ପ୍ରମୁଖ କାରଣ ହେଉଛି ବିଭିନ୍ନ ସେକ୍ଟର ଅଞ୍ଚଳରେ ଥିବା ଶୁଖିଲା ଅଳିଆ ପକାଯାଉଥିବା କେନ୍ଦ୍ର। ୨୦୦୫ ମସିହାରୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ବାରା ସମସ୍ତ ସେକ୍ଟର ଅଞ୍ଚଳର ଘରକୁ ଘର ବୁଲି ଶୁଖିଳା ଅଳିଆ ସଂଗ୍ରହ କରାଯାଉଛି। ଏହି ସଂଗୃହିତ ଅଳିଆକୁ ବିଭିନ୍ନ ସେକ୍ଟର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଉଛି। ଏହି ଅଳିଆକୁ କିଛି ଦିନ ମଧ୍ୟରେ ଅନ୍ୟତ୍ର ନେବାର ବ୍ୟବସ୍ଥା କରାଯାଇଥାଏ। ଏହିଭଳି କେନ୍ଦ୍ରର ସ୍ଥିତି ସମ୍ପ୍ରତି ବେଶ୍ ଦୟନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।
ଉଦାହରଣସ୍ବରୂପ ସେକ୍ଟର-୧୫ ଓ ସେକ୍ଟର-୧୬ ସ୍ଥିତ ଶୁଖିଲା ଅଳିଆ ପକାଯାଉଥିବା କେନ୍ଦ୍ରକୁ ନିଆଯାଇପାରେ। କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତା ଯୋଗୁଁ ଏହି ଦୁଇଟି ଅଳିଆ ରଖାଯାଉଥିବା କେନ୍ଦ୍ର ସବୁଠାରୁ ବେଶୀ ବିପଦଜନକ ବୋଲି ଜଣାପଡ଼ିଛି। ଏହି ଦୁଇଟି କେନ୍ଦ୍ରରେ ପଡ଼ୁଥିବା ଅଳିଆକୁ ଠିକ୍ଭାବେ ଉଠାଯାଉ ନଥିବା, ଏଠାରେ ପାଣି ଜମି ରହିବା ଓ ଏହିସବୁ ଅଳିଆକୁ ବୁଲା ଗାଇଗୋରୁ ଖାଇବାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଏ ନେଇ ଆର୍ଏସପି ଜନସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନେସନ ଫାଷ୍ଟ ଟିଭି ପାଇଁ ଅନନ୍ତ ପଟ୍ଟନାୟକଙ୍କ ରିପୋର୍ଟ
Post Views: 112
error: Content is protected !!