Skip to content
ରାଉରକେଲା ସହରର ମୁଖ୍ୟ ରାସ୍ତାରେ ରହିଥିବା ଏକ ପ୍ରତିଷ୍ଠିତ ଗହଣା ସୋ-ରୁମ୍ରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଜଣେ ଜୁବକକୁ ପ୍ଲାଣ୍ଟ ସାଇଟ ଥାନା ପୋଲିସ ନେଇ ପଚରାଉଚୁରା କରୁଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ମହିଳା କର୍ମଚାରୀଙ୍କୁ ବିଭିନ୍ନ ସମୟରେ ଜଣେ ଯୁବକ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ଶନିବାର ଦିନ ସେ କାର୍ଯ୍ୟ କରୁଥିବା ସୋ-ରୁମ୍ ନିକଟରେ ସମ୍ପୃକ୍ୟ ଯୁବକଙ୍କୁ ଧରି ଅନ୍ୟମାନଙ୍କୁ ଜଣାଇଥିଲେ। ଏହା ସହିତ ନିଜର ପତିଙ୍କୁ ମଧ୍ୟ ଜଣାଇଥିଲେ।
ଏହା ସହିତ ଘଟଣା ସମ୍ପର୍କରେ ପୋଲିସ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଧରି ଥାନାକୁ ନେଇ ପଚରା ଉଚୁରା କରୁଛି। ଯୁବକକୁ ପୋଲିସ ନେବା ସମୟରେ ସେହି ଅଞ୍ଚଳରେ କିଛି ସମୟ ପାଇଁ ଗହଳି ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରୋଧ ମଧ୍ୟ ଦେଖିବାକୁ ମିଳିଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ତଦନ୍ତ ଜାରି ରହିଛି।
Post Views: 768
error: Content is protected !!