ସୁନ୍ଦରଗଡ଼ ବିଜେଡି ପକ୍ଷରୁ ଦୁର୍ଗେସିନୀ ପଟେଲଙ୍କୁ ଶୁଭେଚ୍ଛା ଓ ଶୁଭକାମନା

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ସୁର୍ଗୁଡ଼ା ଗ୍ରାମ ର ଉଦିତ ପଟେଲ ଓ ଜୟନ୍ତୀ ନାୟକଙ୍କ ସୁପୁତ୍ରୀ ଦୁର୍ଗେସିନୀ ପଟେଲ ଓଡିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷା ଦେଇ ୧୧୯ ନମ୍ବର ସ୍ଥାନରେ ରହି ସଫଳତା ପାଇଥିବାରୁ ତାଙ୍କୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସୁନ୍ଦରଗଡ଼  ଜିଲ୍ଲା ବିଜେଡିର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କ ନେତ୍ରୁତ୍ବରେ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରାଯାଇଛି। ଜିଲ୍ଲା ବିଜେଡିର ଉପସଭାପତି ଜନ୍ମଜୟ ମହାପାତ୍ର, ଗୋପବନ୍ଧୁ ମହାନ୍ତି, ବେଣୁଧର ତାଣ୍ଡିଆ, ଟାଉନ ବିଜେଡି ସଭାପତି ଲଲାଟ ପରିଡ଼ା, ଜିଲ୍ଲା ବିଜେଡି ସମ୍ପାଦକ ପଞ୍ଚା ବାର୍ଲା,ଜୟନ୍ତୀ ନାୟକ, ନନ୍ଦିନୀ ପଟେଲ, ମମତା ପଟେଲ, ଲୁସି ନାୟକ,ଦୁଇ ନମ୍ବର ୱାର୍ଡ କାଉନସିଲର ଅନିଲ ମହାପାତ୍ର, ପୂର୍ବତନ ଟାଉନ ବିଜେଡିର ଉପସଭାପତି ଅଶୋକ ମହାନ୍ତିଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଉପସ୍ଥିତ ସମସ୍ତ ବିଜେଡି କର୍ମକର୍ତ୍ତା ଦୁର୍ଗେସିନୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!