ରାଉରକେଲା ବାଳସୁଧାର ଗୃହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

1 min read
Spread the love

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବାଳସୁଧାର ଗୃହଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଅନ୍ତେବାସୀଙ୍କ ମଧ୍ୟରେ  ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହା ସହିତ ଦୁଇଟି ସିଲେଇ ମେସିନ ପ୍ରଦାନ କରାଯାଇ ତଥା ଷ୍ଟିଲ ସିଟି ତରଫରୁ ଏକ ସିଲେଇ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ଅନ୍ତେବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଟ୍ରେନିଂ ଦିଆଯାଇଥିଲା। ପ୍ରାରମ୍ଭରେ ସୁଧାରଗୃହର ଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ଶିକ୍ଷୟିତ୍ରୀ ମିନତୀ ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଏଭଳି କାର୍ଯ୍ୟକ୍ରମ ସୁଦୂର ପ୍ରସାରୀ  ହେବ ବୋଲି ମତ ରଖିଥିଲେ। ରୋଟାରୀ କ୍ଲବ୍‌ ତରଫରୁ ସେଠାରେ ଥିବା ଉଦ୍ୟାନରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା  ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, କାର୍ଯ୍ୟକ୍ରମର ଅଧ୍ୟକ୍ଷା  ରୋଟାରୀଆନ ପ୍ରତିଭା ଦେବୀ, ଉପାଧ୍ୟକ୍ଷା ରୋଟାରୀଆନ କୁଲଜିତ୍, ରୋଟାରୀଆନ ଆନାବେଲ ଡିସୌଜା, ରୋଟାରିଆନ ସୁଚିସ୍ମିତା ବିଶ୍ବାସ, ଆଲେକଜାଣ୍ଡାର ଡିସୌଜା, ପ୍ରିତି ଅଗ୍ରୱାଲ, ଅସୀମା ମିଶ୍ର, ଚମ୍ପାବତୀ ଅମାତ, ସନ୍ଧ୍ୟା ସାହୁ, ଡଃ ସରିତା ମଲ୍ଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସୁଧାରଗୃହର ଅନ୍ୟତମ ଶିକ୍ଷୟିତ୍ରୀ ସବିତା ନାୟକ ବିଭିନ୍ନ ବର୍ଜ୍ୟବସ୍ତୁରୁ କିପରି ସୁନ୍ଦର ବସ୍ତୁ ତିଆରି କରାଯାଇ ପାରିବ ସେ ସଂପର୍କରେ ଶିକ୍ଷା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!