Skip to content
ବୁଧବାର ସଂଧ୍ୟାରେ ଲଗାଣ ବର୍ଷରେ କଲୁଙ୍ଗା-ଗୁରୁଣ୍ଡିଆ ମୁଖ୍ୟମାର୍ଗର କଲୁଙ୍ଗା ‘କ’ ଛକ ନିକଟରେ ଏକ ବିରାଟକାୟ ଅଶ୍ବତ୍ଥ ଗଛ ଉପୁଡ଼ିଛି।
ଗୁରୁବାର ଦିନତମାମ ଲାଗି ମଧ୍ୟ ଉକ୍ତ ଗଛକୁ ହଟାଯାଇ ପାରି ନଥିବାରୁ ଏହି ରାସ୍ତାରେ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଛି। ସେହିପରି ରାସ୍ତାକଡ଼ରେ ଥିବା ଜୁଆକିମ୍ ବାରୱାଙ୍କ ଘର ଉପରେ ଗଛଟି ପଡ଼ିଯିବାରୁ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଛି।
ତେବେ ଏହି ଅଘଟଣରୁ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜୁଆକିମ୍ ଗୃହଶୂନ୍ୟ ହୋଇପଡ଼ିଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।
ବର୍ଷା ବିତ୍ପାତ ଯୋଗୁଁ ଗଛ ପଡ଼ିବାରୁ ଏହି ସମସ୍ୟା ହୋଇଥିବା ଜଣାପଡ଼ିଛି।
Post Views: 428
error: Content is protected !!