Skip to content
ଗୁରୁବାର ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ବାଇଁଶିଆ ପଂଚାୟତ କଙ୍କା ଗ୍ରାମର କଙ୍କା ନାଳରେ ଚଳିତ ଋତୁର ପ୍ରଥମ ବନ୍ୟାଜଳ ପ୍ରବେଶ କରିବାରୁ କଙ୍କା ଗ୍ରାମଟି ବାହ୍ୟଜଗତରୁ ବିଛିହ୍ନ ହୋଇଯାଇଛି। ଏହା ଫଳରେ ଗ୍ରାମଟି ଏକ ପ୍ରକାର ଜଳବନ୍ଦି ହେବା ସହ ଯାତାୟାତ ଗମନାଗମନ ବନ୍ଦ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ସହିତ ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଦୀର୍ଘଦିନ ଧରି କଙ୍କା ଗ୍ରାମବାସୀ ଜଣାଇ ଆସୁଥିଲେ ବି କିଛି ସୁଫଳ ମିଳି ପାରୁନାହିଁ। ଦେଶ ସ୍ୱାଧୀନତାର ୭୬ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଗ୍ରାମଟିକୁ ସବୁଦିନିଆ ରାସ୍ତା ନାହିଁ କି ପୋଲ ନାହିଁ। ଏଥିପାଇଁ ଦୁଃଖର ସହ କଙ୍କା ଗ୍ରାମର ବିରଞ୍ଚି ନାରାୟଣ ସିଂ, ମଦନ ବଳିୟାର ସିଂ, ଭରତ ପରିଡା, ମେଘନାଦ ବଳିୟାର ସିଂ, ପ୍ରସନ୍ନ ଇନ୍ଦ୍ରଜିତ ସିଂ, ସୂର୍ଯ୍ୟକାନ୍ତ ମଲ୍ଲିକ, ଶରତ ସ୍ତମ୍ଭ, ଶ୍ରୀବତ୍ସ ବେହେରା, ଶ୍ରୀଧର ସାହୁ ପ୍ରଭୁତି ଅଧିବାସୀ ପ୍ରଶାସନ ସରକାରଙ୍କୁ ନିବେଦନ କରି କହିଛନ୍ତି ଯଦି କଙ୍କା ନାଳରେ ସୁଉଚ୍ଚ ପୋଲଟିଏ ନିର୍ମାଣ କରାଗଲେ ଗ୍ରାମବାସୀ ଉପକୃତ ହେବା ସହ ବାଇଁଶିଆ ପଞ୍ଚାୟତବାସୀ ଉପକୃତ ହେବେ ବୋଲି ଦାବି କରିଛନ୍ତି।
Post Views: 359
error: Content is protected !!