Skip to content
ରାଜ୍ୟର ଏକ ପ୍ରମୁଖ ନଦୀଭାବେ ପରିଚିତ ବ୍ରାହ୍ମଣୀ ନଦୀର ଉତ୍ପତ୍ତି ସ୍ଥଳ ହେଉଛି ରାଉରକେଲା ଉପକଣ୍ଠରେ ଥିବା ବ୍ରାହ୍ମଣୀ ନଦୀ। ଗୋଟିଏ ପଟେ ଶଙ୍ଖ ନଦୀ ଓ ଅନ୍ୟପଟୁ କୋଏଲ ନଦୀର ଜଳକୁ ନେଇ ବେଦବ୍ୟାସଠାରୁ ଆଗକୁ ବଢ଼ିଛି ବ୍ରାହ୍ମଣୀ ନଦୀ। ଗୁରୁବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ମୁତାବକ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ସୂଚନା ମୁତାବକ ରାଉରକେଲା ଇସ୍ପାତ କାରଖାନା ଦ୍ବାରା ପରିଚାଳିତ ଏବଂ ଶଙ୍ଖ ନଦୀରେ ନିର୍ମିତ ମନ୍ଦିରା ଡ୍ୟାମ୍ରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୮୫ଫୁଟ୍ ରହିଛି। ଏହା ସହିତ ଡ୍ୟାମ୍ର ସ୍ଲିପ୍ ୱେର ୯ଟି ଫାଟକ ସମ୍ପୂର୍ଣ୍ଣ ଖୋଲା ରହିଛି ଏବଂ ୨ଟି ଗେଟ୍ ୫ଫୁଟ ଚଉଡ଼ାରେ ଖୋଲା ରହିଛି। ଏହା ସହିତ ୨ଟି ସ୍ଲୁଇସ୍ ଗେଟ୍ ୬ଇଞ୍ଚ୍ ଲେଖା ଖୋଲା ରହିଛି।
ଏହି କ୍ରମରେ ଡ୍ୟାମ୍କୁ ପ୍ରବେଶ କରୁଥିବା ଜଳ ଓ ନିସ୍କାସନ ହେଉଥିବା ଜଳର ପରିମାଣ ପ୍ରାୟ ସମାନ ରହିଥିବା ସୂଚନା ମିଳିଛି। ଏହା ଯୋଗୁଁ ବ୍ରାହ୍ମଣୀ ନଦୀକୁ ଶଙ୍ଖ ନଦୀର ଜଳ ମଧ୍ୟ ଅଧିକରୁ ଅଧିକ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଦୁଇଟି ନଦୀରେ ଜଳସ୍ତର ବଢ଼ୁଥିବାକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀ ନଦୀରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ନଦୀର ତଳମୁଣ୍ଡରେ ଅର୍ଥାତ୍ ତଳିଆ ଅଞ୍ଚଳରେ ବନ୍ୟାଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏ ନେଇ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।
ଅନ୍ୟପକ୍ଷରେ ବେଦବ୍ୟାସ ଶୈବ ପୀଠ ଘାଟରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଘାଟକୁ ଯିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ବାରଣ ସମ୍ପର୍କୀତ ନିର୍ଦ୍ଦେଶନାମା ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ମୁତାବକ ଶୁକ୍ରବାର ବର୍ଷାର ମାତ୍ରା କମିବ। କିନ୍ତୁ ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ବ୍ରାହ୍ମଣୀ ନଦୀର ଜଳ ଅଧିକ ବଢ଼ିବାର ଆଶଙ୍କା ରହିଛି।
Post Views: 344
error: Content is protected !!