ବିପିୟୁଟି ଓ ଓୟୁଟିଆର୍‌ ମଧ୍ୟରେ ଇ-ମୂଲ୍ୟାୟନ ପାଇଁ ବୁଝାମଣା ପତ୍ର ସ୍ବାକ୍ଷର

1 min read
Spread the love

ଓଡ଼ିଶାର ପ୍ରଥମ ବୈଷୟିକ ବିଶ୍ବବିଦ୍ୟାଳୟ ବିପିୟୁଟି ଏବଂ ଅଳ୍ପ ଦିନ ପୂର୍ବେ ଏକ ମହାବିଦ୍ୟାଳୟରୁ ଓଡ଼ିଶା ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଗବେଷଣାରେ ପରିଣତ ଓୟୁଟିଆର୍‌ ମଧ୍ୟରେ ଇ-ମୂଲ୍ୟାୟନ ପାଇଁ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି। ଏହି ଅବସରରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଏବଂ ଓୟୁଟିଆର୍‌, ଭୁବନେଶ୍ବରର କୁଳପତି ପ୍ରଫେସର ବି ବି ବିଶ୍ବାଳ ଉପସ୍ଥିତ ରହି ବୁଝମଣାପତ୍ର ସ୍ବାକ୍ଷର କରିଥିଲେ। ଏହି ବୁଝାମଣା ପତ୍ର ମାଧ୍ୟମରେ ରାଜ୍ୟର ଶତାଧିକ ବୈଷୟିକ ଓ ଅନ୍ୟାନ୍ୟ ସ୍ବତନ୍ତ୍ର ପାଠ୍ୟକ୍ରମ ମହାବିଦ୍ୟାଳୟ ସହ ସହବନ୍ଧିତ ହୋଇଥିବା ବିପିୟୁଟିର ବିଭିନ୍ନ ପରୀକ୍ଷା ସମ୍ପର୍କୀତ ମୂଲ୍ୟାୟନ ଶୀଘ୍ର ଓ ସଠିକ ସମୟ ମଧ୍ୟରେ ହୋଇପାରିବ ବୋଲି ଆଶା କରାଯାଇଛି। ଏହା ଦ୍ବାରା ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଏହି ନୂତନ ଇ-ମୂଲ୍ୟାୟନ କେନ୍ଦ୍ର ଭୁବନେଶ୍ବରଠାରେ କାର୍ଯ୍ୟ କରିବ। ଏହି ବୁଝାମଣା ପତ୍ର ସ୍ବାକ୍ଷର ସମୟରେ ବିପିୟୁଟିର କୁଳ ସଚିବ ନିଶି ପୂନମ ମିଞ୍ଜଙ୍କ ସମେତ ବିପିୟୁଟିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ନୂତନ ବୁଝାମଣା ମାଧ୍ୟମରେ ଦୁଇଟିଯାକ ବିଶ୍ବବିଦ୍ୟାଳୟ ଲାଭ ପାଇବେ ବୋଲି ଜଣାପଡ଼ିଛି।    

Leave a Reply

Your email address will not be published. Required fields are marked *

error: Content is protected !!