ଢେଙ୍କାନାଳରେ ପ୍ରବଳ ବର୍ଷା : ଜନଜୀବନ ପ୍ରଭାବିତ
1 min read
ବୁଧବାର ଦିନ ଢେଙ୍କାନାଳରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି। ଲୋକମାନେ ଛତା ଓ ରେନିକୋର୍ଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲଘୁଚାପ ବର୍ଷା କମିବାର ନା ଧରୁନି। ଏଥିପାଇଁ ଗାଡି ମଟର, ଦୋକାନ ବଜ଼ାର ଆଦି ପ୍ରଭାବିତ ହୋଇଛି।

ଏହି କ୍ରମରେ ଢେଙ୍କାନାଳ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ପାଣିପାଗ ବିଭାଗର ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହା ସହିତ ଢେଙ୍କାନାଳ ସହରର ୧୬ନମ୍ବର ୱାର୍ଡ ଓ କୋଡିଏ ନମ୍ବର ୱାର୍ଡର କେତେକ ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି ଲହରି ଖେଳୁଛି।

ଏହି ଅଞ୍ଚଳର ଡ୍ରେନ୍ ଗୁଡିକ ଛୋଟ ହୋଇଥିବାରୁ ବର୍ଷା ପାଣି ଉଛୁଳି କେତେକ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିବା ଆରମ୍ଭ କରିଛି। ଏହାକୁ ନେଇ ସହରବାସୀଙ୍କ ସମସ୍ୟା ବୃଦ୍ଧି ପାଇଛି।