Skip to content
ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଜୁଲାଇ ମାସରେ ଆଖିଦୃଶିଆ ବର୍ଷା ହୋଇ ନଥିଲା। ଅଗଷ୍ଟ ମାସ ୧ ତାରିଖରୁ ବର୍ଷା ଆରମ୍ଭ ହୋଇଛି। କିନ୍ତୁ ଜୁଲାଇ ମାସରେ ହୋଇଥିବା ଅପେକ୍ଷାକୃତ ଅଳ୍ପ ବର୍ଷାରେ ସହରର ମୁଖ୍ୟରାସ୍ତାର ଅନେକ ସ୍ଥାନରେ ଖାଲଖମା ହୋଇଥିବା ଦେଖିବାକୁ ମିଳିଛି। ମାତ୍ର ୭/୮ ମାସ ପୂର୍ବେ ବିଶ୍ବକପ୍ ହକି ପୂର୍ବରୁ ସହରର ରାସ୍ତାଗୁଡ଼ିକର ନବକଳେବର ହୋଇଥିଲା।
ଏହା ସତ୍ତ୍ବେ ସୁଦ୍ଧା ଅପେକ୍ଷାକୃତ ଅଳ୍ପ ବର୍ଷା ଯୋଗୁଁ ସହରର ମୁଖ୍ୟ ରାସ୍ତାର ଅନେକ ସ୍ଥାନରେ ଖାଲ ସୃଷ୍ଟି ହେବା ଏବଂ କେତେକ ସ୍ଥାନରେ ରାସ୍ତା ଧୋଇଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ରାସ୍ତାର ଏହି ଦୂରାବସ୍ଥାର ମରାମତି ହେବା ବର୍ଷା ସମୟରେ ହେବା ଅସମ୍ଭବ। ତେଣୁ ଆସନ୍ତା କିଛିଦିନ ସହରବାସୀ ବିଶେଷ କରି ମୁଖ୍ୟ ରାସ୍ତାରେ ଯାତାୟତକାରୀମାନେ ଅଧିକରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
Post Views: 407
error: Content is protected !!