Skip to content
ରାଉରକେଲା ସହରର ସହିତ ଖୁଣ୍ଟଗାଁ ଓ ନୂଆଗାଁ ଆଦିର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଛି ଝିରପାଣି-ମିଟ୍କୁନ୍ଦୁରି ସେତୁ। କିଛିବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ସେତୁତ ଲୋକାର୍ପଣ ହୋଇଥିଲା। ଏହାପରେ ଯାତ୍ରିବାହୀ ବସ୍ ସମେତ ଅନେକ ଯାନବାହାନ ପ୍ରତିଦିନ ଝିରପାଣି-ମିଟକୁନ୍ଦୁରି-ଖୁଣ୍ଟଗାଁ-ନୂଆଗାଁ ରାସ୍ତାରେ ଯାତାୟତ କରୁଛି।
ଏହି କ୍ରମରେ ମିଟ୍କୁନ୍ଦୁରି-ଖୁଣ୍ଟଗାଁ ରାସ୍ତାର କେର୍କେଟା ନିକଟରେ ନିର୍ମାଣ ହୋଇଥିଲା ଏକ ଯାତ୍ରୀ ଆବାସସ୍ଥଳି ବା ବସ୍ଷ୍ଟପ୍। ଏହାଫଳରେ ରାସ୍ତାରେ ଯାତୟତ କରୁଥିବା ଯାତ୍ରୀମାନେ ଆବଶ୍ୟକ ସମୟରେ କିଛି ସମୟ ପାଇଁ ରହିଥାନ୍ତି। ଚଳିତ ବର୍ଷ ଜାନୁଆରୀମାସରେ ରାଉରକେଲା ସହରରେ ମୋ-ବସ୍ ସେବା ଆରମ୍ଭ ହେବା ପରେ ଏହି ରାସ୍ତା ଦେଇ ନିୟମିତ ବ୍ୟବଧାନରେ ଲୁଆରାମ୍, ନୂଆଗାଁ ଓ ଅନ୍ୟ ସ୍ଥାନକୁ ମୋ-ବସ୍ ଯାତାୟତ କରୁଛି। ଏହା ସତ୍ତ୍ବେ ସୁଦ୍ଧା ଦୂରାବସ୍ଥାରେ ମଧ୍ୟରେ ଥିବା ଯାତ୍ରୀ ଆବାସସ୍ଥଳିକୁ ନବୀକୃତ କରିବା କିମ୍ବା ମରାମତି କରିବା ପାଇଁ ପଦକ୍ଷେପ ନିଆଯାଇନାହିଁ।
ସମ୍ପ୍ରତି ବର୍ଷା ଋତୁ ସମୟରେ ଏହି ବସଷ୍ଟାଣ୍ଡ୍ର ଆଖପାଖରେ ବୁଦା ଓ ଘାସ ଆସି ମାଡ଼ିଯାଇଛି। ଗୋଟିଏ ସମୟରେ ଯାତ୍ରୀ ସୁରକ୍ଷାସ୍ଥଳି ଥିବା ଏହି ବସ୍ଷ୍ଟପ୍ ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏ ନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହେଉଛି।
Post Views: 547
error: Content is protected !!