ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ

1 min read
Spread the love

ପଶ୍ଚିମ ଓଡ଼ିଶାର ସମୃଦ୍ଧ ସମ୍ବଲପୁରୀ ଭାଷା ଓ ଏହାର ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ  ସମ୍ବଲପୁରୀ ଦିନ୍ ଭାବରେ  ପାଳନ କରାଯାଇଥାଏ। ଏଥିପାଇଁ ସମ୍ବଲପୁର ଜିଲ୍ଲା ଏବଂ ସମ୍ବଲପୁରୀ ଭାଷାଭାଷୀର ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଏହି କ୍ରମରେ ରାଉରକେଲାର ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ରାଉରକେଲା କ୍ଲବ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଦିନ୍‌ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା।

ଏହା ସହିତ ସତ୍ୟନାରାୟଣ ବହିଦାରଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୨୦୧୨ ମସିହାରୁ ପାଳିତ ହେଉଥିବା ସମ୍ବଲପୁରୀ ଦିନ୍‌ ବର୍ଷକୁ ବର୍ଷ ଅଧିକରୁ ଅଧିକ ସ୍ଥାନରେ ଏବଂ ଅଧିକ ସଙ୍ଗଠନ ଦ୍ୱାରା ପାଳିତ ହେଉଥିବା ସୂଚନା ମିଳିଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ଦିବସ ପାଳ ହେଉଛି।

 ପରିଷଦର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ସମ୍ବଲପୁରୀ କଳା ଓ ସଂସ୍କୃତି ସହିତ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ବର୍ଗର ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱତନ୍ତ୍ରଭାବେ ସମ୍ବଲପୁରୀ ଗୀତ ଓ ନୃତ୍ୟ ଆଦିର ପ୍ରଦର୍ଶନ ହୋଇଥିଲା। ଏଥିରେ ପରିଷଦର ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ି, କୋଷାଧ୍ୟକ୍ଷ ଗୌରୀ ପ୍ରଧାନଙ୍କ ସମେତ ବରିଷ୍ଠ ସମାଜସେବୀ ଡ କିଶୋରୀ ଦାସ ଓ ଅନ୍ୟମାନଙ୍କ ସମେତ ସମ୍ବଲପୁରୀ ଭାଷାଭାଷୀ ବ୍ୟକ୍ତିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!