ଦୀକ୍ଷା ଇସ୍ପାତ ସୁରକ୍ଷା କୌଶଳ କେନ୍ଦ୍ରରେ ବିଭିନ୍ନ ଶିଳ୍ପ ସୁରକ୍ଷା ବିଷୟରେ ୧୦୦ରୁ ଅଧିକ ଠିକା ଶ୍ରମିକଙ୍କୁ ତାଲିମ
1 min read
ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ୟୁନିଟରେ ନିୟୋଜିତ ୧୦୦ରୁ ଅଧିକ ଠିକା ଶ୍ରମିକଙ୍କୁ ଏହି ଅଞ୍ଚଳରେ ଦକ୍ଷତା ଆଧାରରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆରଏସପି ଦ୍ଵାରା ସ୍ଥାପିତ ସୁରକ୍ଷା ଦକ୍ଷତା ତାଲିମ କେନ୍ଦ୍ର, ଦୀକ୍ଷା ଇସ୍ପାତ ସୁରକ୍ଷା କୌଶଳ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଇଛି। ୩୩ ଜଣ ଠିକା ଶ୍ରମିକ ଜୁଲାଇ ୨୮ ତାରିଖରେ କନଭେୟର ବେଲ୍ଟ ଅପରେସନ ତାଲିମ ଗ୍ରହଣ କରିଥିବା ବେଳେ ଜୁଲାଇ ୨୭ ତାରିଖରେ ୪୨ ଜଣ ଠିକା ଶ୍ରମିକ ସାମଗ୍ରୀ ପ୍ରବନ୍ଧନ ଏବଂ ଜୁଲାଇ ୨୬ ତାରିଖରେ ୨୬ ଜଣ ଠିକା ଶ୍ରମିକ ଗ୍ଯାସ ସୁରକ୍ଷା ତାଲିମ ଗ୍ରହଣ କରିଥିଲେ।

ଏହାର ବିଭିନ୍ନ ଦିବସର ଉଦଯାପନୀ ସମାରୋହରେ କାର୍ମିକ ସିଆଇଏସ, ଟିଏମଏମ, ପ୍ରକଳ୍ପ ଓ ସିଏଲସି ବିଭାଗର ମହାପ୍ରବନ୍ଧକ ସଞ୍ଜୟ ମେହରୋତ୍ରା, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଡ଼ିଟିଏନବିଡବ୍ଲୁଇ ର ଆଞ୍ଚଳିକ ନିର୍ଦ୍ଦେଶାଳୟ ଏସ୍ କେ ଓଝା ଏବଂ ଆରଏସପି ସୁରକ୍ଷା ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ସୁଶ୍ରୀ ଆଶା କାର୍ଥା ଅଧ୍ୟକ୍ଷତା କରିଥିଲେ। ସେମାନେ ଅଂଶଗ୍ରହଣକାରୀଙ୍କ ସହିତ ମତବିନିମୟ କରିବା ସହ ସେମାନଙ୍କ ମତାମତ ଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପ୍ତ କରିବା ନିମନ୍ତେ ସେମାନେ ଠିକା ଶ୍ରମିକମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ।

ଅଂଶଗ୍ରହଣକାରୀମାନଙ୍କୁ ଉଭୟ ତାତ୍ତ୍ଵିକ ଓ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରାଯାଇଥିଲା। ଏସ ଏନ ଓଝା ତାଲିମର ମୁଖ୍ୟ ରିସୋର୍ସ ବ୍ୟକ୍ତି ଥିଲେ। ଏଥିରେ ତାଲିମ ପ୍ରଦାନ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଗ୍ଯାସ ସୁରକ୍ଷା ନିମନ୍ତେ ପି ଏନ ମହାତୋ, ସାମଗ୍ରୀ ପରିଚାଳନା ପାଇଁ ଆରସିଏମ ବିଭାଗର ସିନିୟର ମ୍ୟାନେଜର ଶ୍ରେଇପିଲ ଭେଙ୍ଗ୍ରା, ସୁରକ୍ଷିତ କନଭେୟର ଅପରେସନ ତାଲିମ ପାଇଁ ଆର କେ ତିୱାରୀ ସାମିଲ ଥିଲେ । ଏହାର ବିଭିନ୍ନ ଅଧିବେଶନରେ ଆରଏସପିର କୋକ ଓଭେନ, ବ୍ଳାଷ୍ଟ ଫର୍ଣ୍ଣେସ, ସିପିପି-୧, କଞ୍ଚାମାଲ ପ୍ରବନ୍ଧନ ବିଭାଗ ଓ ଏସଏମଏସ-୨ ବିଭାଗରେ କାର୍ଯ୍ୟରତ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଉପାଦେୟ ତତ୍ତ୍ୱ ତଥା ବ୍ୟବହାରିକ ଇନପୁଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କାର୍ମିକ ବିଭାଗର ସହକାରୀ ପ୍ରବନ୍ଧକ ଏନ ମାଝୀ ଏବଂ କାର୍ମିକ ସିଏଲସି ବିଭାଗର ଶ୍ରମ ନିରିକ୍ଷକମାନେ ପରିଚାଳନା କରିଥିଲେ।