ବନ୍ଧମୁଣ୍ଡା ଅଞ୍ଚଳରେ ଜଳିଲା ଇଲେକ୍ଟ୍ରିକ୍ ସ୍କୁଟି

1 min read
Spread the love

ରାଉରକେଲା ସହରର ବନ୍ଧମୁଣ୍ଡା ରାସ୍ତାରେ ମଙ୍ଗଳବାର ଜଳିବା ଆରମ୍ଭ କରିଥିଲା ଇଲେକ୍ଟ୍ରିକ୍ ସ୍କୁଟି। ଏହି ଘଟଣାରେ ଅଳ୍ପରେ ବର୍ତ୍ତିଯାଇଛନ୍ତି ଚାଳକ। ସକାଳ ପ୍ରାୟ ୯ଟା  ସମୟରେ ମାଲଗୋଦାମ ଅଞ୍ଚଳରେ ରେ ରହୁଥିବା ରାଜେଶ ମାହାତୋ ନାମକ ଜଣେ ଯୁବକ ନିଜ ଇଲେକ୍ଟ୍ରିକ୍ ସ୍କୁଟିରେ ବିସ୍ରା ଆଡ଼କୁ ଯାଉଥିଲେ। ସେ ଜଣେ ଟାଇଲ ମିସ୍ତ୍ରୀ ହୋଇଥିବାରୁ ତାଙ୍କ କାମ ନିମନ୍ତେ ବିସ୍ରା ଯାଉଥିବା ସମୟରେ ବନ୍ଧମୁଣ୍ଡା ‘ଏ’ ସେକ୍ଟର ରାସ୍ତାରେ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖି ରାସ୍ତାରେ ଯାଉଥିବା ଲୋକ ପାଟି କରିଥିଲେ।

ଏହାପରେ  ଚାଳକ ସ୍କୁଟିକୁ ଅଟକାଇ ଓହ୍ଲାଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ମୁତାବକ ଗାଡ଼ିଟି ପିଓର ମୋଟୋର କମ୍ପାନୀର ଇପ୍ଲୁଟୋ-୭ଜି ମଡେଲ୍‌ର ଗାଡ଼ି।  ଏହି ଗାଡ଼ିଟି ଚଳିତ ବର୍ଷ ମଇ ମାସ ୮ ତାରିଖରେ କିଣାଯାଇଥିଲା।

ଶେଷ ସୂଚନା ମୁତାବକ ବର୍ଷା ହେଉଥିବା ସମୟରେ ଗାଡ଼ିର ସିଟ୍‌ ଖୋଲିବା ଯୋଗୁଁ ସର୍ଟ ସର୍କିଟ ଫଳରେ ଏହି ନିଆଁ ଲାଗିଯାଇଥିଲା। ଗାଡ଼ିଟି କିଣା ଯାଇଥିବା ଡିଲରଙ୍କ ସୂଚନା ମୁତାବକ ଗାଡ଼ି ଠିକ୍‌ ଅଛି , କେବଳ ବ୍ୟାଟେରୀ ବଦଳାଇବାର ଆବଶ୍ୟକତା ରହିଛି। ଏ ନେଇ କୌଣସି ଗ୍ରାହକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ।   

Leave a Reply

Your email address will not be published. Required fields are marked *

error: Content is protected !!