ଧାନ ବିକ୍ରି ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ
1 min read
ଖରିଫ ଧାନ ବିକ୍ରି ପାଇଁ ଫଚାୟତରେ ପଞ୍ଜିକରଣ ଖୋଲିବାକୁ ନେଇ ଗେଙ୍ଗୁଟିଆ ଗ୍ରାମ ପଂଚାୟତର ଚାଷୀମାନେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଗେଙ୍ଗୁଟିଆ ଗ୍ରାମପଂଚାୟତରେ ୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ବିକ୍ରୟ ନିମନ୍ତେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନାହିଁ । ତେଣୁ ପଂଚାୟତର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଚାଷୀମାନେ ପଞ୍ଜିକରଣ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ମା’ ଶକ୍ତି ଗାୟତ୍ରୀ ସୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କରିବା ନିମନ୍ତେ ଦାୟିତ୍ବ ଦିଆଯାଇଥିଲା। ଚଳିତ ଏହି ବର୍ଷ ପଞ୍ଜିକରଣ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ଗେଙ୍ଗୁଟିଆ ପ୍ରାଥମିକ କୃଷି ସମବାୟ ସମିତି ଓ ମା ’ଗାୟତ୍ରୀ ସୟଂ ସହାୟକ ଗୋଷ୍ଠୀ ରୋକ୍ଠୋକ୍ ମନା କରିଦେଉଛନ୍ତି। ତେଣୁ ଗେଙ୍ଗୁଟିଆ ଗ୍ରାମପଂଚାୟତର ସମସ୍ତ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି। ଏହାର ସମାଧାନ ନିମନ୍ତେ ଗେଙ୍ଗୁଟିଆର ଚାଷୀମାନେ ଖୁବ୍ ଶୀଘ୍ର ଧାନ ବିକ୍ରି ନିମନ୍ତେ ପଞ୍ଜିକରଣର ସୁବିଧା କରାଯିବା ପାଇଁ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ ରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଗେଙ୍ଗୁଟିଆ ପଂଚାୟତ ୱାର୍ଡ ନଂ-୫ର ୱାର୍ଡସଭ୍ୟ ପ୍ରଦୀପ କୁମାର ମଲ୍ଲିକଙ୍କ ସହିତ ସାରଙ୍ଗ ସାହାଣୀ, ଗୋବର୍ଦ୍ଧନ ମଲ୍ଲିକ, ଆନନ୍ଦ ମଲ୍ଲିକ, ହିମାଂଶୁ ମଲ୍ଲିକ, ନରେଶ ମଲ୍ଲିକ, ବିନୋଦ ମଲ୍ଲିକ, ସାଗର ସାହୁ, ମୁରଲି ଧର ମଲ୍ଲିକଙ୍କ ସମେତ ଅମେକ ଚାଷୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।