ସୁନ୍ଦରଗଡ଼ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ବିଜେଡି କମିଟିର ସ୍ଥାନିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା   

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବିଜୁ ଜନତା ଦଳର ସଭାପତି ସୁକାନ୍ତ ପତିଙ୍କ ସଭାପତିତ୍ବରେ ଏବଂ ଜିଲ୍ଲା ବିଜୁ କୃଷକ ସେଲ ର ସଭାପତି ଗୋପାଳ ପ୍ରଧାନଙ୍କ ନେତୃତ୍ୱରେ ହେମଗିରର ବାବା ଝାଡ଼େଶ୍ୱର ଶିବ ମନ୍ଦିରଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରୀ କମିଟି, କୃଷକ ସେଲ କମିଟି, ବ୍ଲକ କମିଟି ଏବଂ ପରାମର୍ଶଦାତା କମିଟିର ବିଭିନ୍ନ ପଦ ପଦବୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ହୋଇ ଥିବା କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରାଯିବା ସହିତ ସମସ୍ତଙ୍କୁ ସମର୍ଦ୍ଧିତ କରାଯାଇଛି।  ହେମଗିର ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ଏହି ଅବସରରେ ଏକ ଶୋଭାଯାତ୍ରା ଏବଂ ବାଇକ ରାଲି ଶିବ ମନ୍ଦିର ଯାଏ ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃମଣ୍ଡଳୀ ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସହିତ ଲୋକସଭା ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଶିବ ମନ୍ଦିର ପ୍ରାଙ୍ଗଣରେ ଶପଥ ନେଇଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ସଦର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଯୋଗେଶ ସିଂହ, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ ଯୋଗ ଦେଇଥିଲେ। ଜିଲ୍ଲା ବିଜେଡିର ପାଞ୍ଚ ଜଣ ଉପସଭାପତି ଜନ୍ମଜୟ ମହାପାତ୍ର, ଜୟ ନାରାୟଣ ତ୍ରିପାଠୀ, ଗୋପବନ୍ଧୁ ମହାନ୍ତି, ଜିତେନ୍ଦ୍ର କର ଏବଂ ବେଣୁଧର ତାଣ୍ଡିଆଙ୍କ ସମେତ ସମସ୍ତ ବ୍ଲକ ସଭାପତି, ସମସ୍ତ ପରାମର୍ଶଦାତା, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ ସହସ୍ରାଧିକ ବିଜୁ ଜନତା ଦଳର କର୍ମୀ, ମହିଳା କର୍ମୀ, ଯୁବ ଏବଂ ଛାତ୍ର କର୍ମୀ ଏଥିରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!