ମିଳିତ ଆଦିବାସୀ ସଙ୍ଗଠନ ପକ୍ଷରୁ ମଣିପୁର ହିଂସାକାଣ୍ଡ ବିରୋଧରେ ପ୍ରଦର୍ଶନ

1 min read
Spread the love

ରାଜି ପାଡ଼ହା ସାରନା ପ୍ରାର୍ଥନା ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସାରନା ସମିତି, ରାଉରକେଲା, ଇଣ୍ଡିଆନ ପିପୁଲ୍ସ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ, ରାଉରକେଲା, ଅଲ୍‌ ଇଣ୍ଡିଆ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ, ରାଉରକେଲା ଏବଂ ଡିସ୍‌ପ୍ଲେସମେଣ୍ଟ କମିଟି ରାଉରକେଲା ଇତ୍ୟାଦି ଆଦିବାସୀ ସଙ୍ଗଠନ ପକ୍ଷରୁ ମଣିପୁର ହିଂସାକାଣ୍ଡ ବିରୋଧରେ ପ୍ରଦର୍ଶନ କରାଯାଇଛି। ରାଜି ପାଡ୍‌ହା ସଙ୍ଗଠନର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ସମାଜସେବୀ ହେମା ଏକ୍କାଙ୍କ ନେତୃତ୍ୱରେ ସହରର ବିଶ୍ରା ଛକ ନିକଟରେ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମହିଳାମାନଙ୍କୁ ନ୍ୟାୟ ଓ ସମ୍ମାନ ସହିତ ମଣିପୁରରେ ହୋଇଥିବା ହିଂସାକାଣ୍ଡର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ସ୍ଳୋଗାନ ଦିଆଯାଇଥିଲା।

ରାଜି ପାଡ଼ହା ସାରନା ପ୍ରାର୍ଥନା ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟିର ସଭାପତି ମଣିଲାଲ କେର୍କେଟାଙ୍କ, ସାରନା ସମିତି, ରାଉରକେଲା ସଭାପତି ଝରିଓ କେର୍କେଟାଙ୍କ ସମେତ ମୀନା ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଆସିବାସୀ ମହିଳାମାନଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଦିବାସୀ ମହିଳା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!