ରାଉରକେଲା ସଂଖ୍ୟା ଲଘୁ ସେଲ୍ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର
1 min read
ରାଉରକେଲା କଂଗ୍ରେସ ସଂଖ୍ୟା ଲଘୁ ସେଲ ତରଫରୁ ରାଉରକେଲା ସଭାପତି ଇଜାଜ୍ ଅଖ୍ତର୍ଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଜମାୟେତ ଉଲେମା ଙ୍କ ମୌଲାନା ଅର୍ସଦ କାଶ୍ମୀ ଙ୍କ ନେତୃତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ସମସ୍ତ ପ୍ରତିନିଧି ମାଲଗୋଦାମ ଅଞ୍ଚଳରେ ମହରମ ପାଳନ ସମୟରେ ଆପତ୍ତିଜନକ ପ୍ରଚାରପତ୍ର ଲଗାଯାଇଥିବା ବିରୋଧରେ ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି।

ଏହି ସ୍ମାରକପତ୍ରରେ ପ୍ରଚାରପତ୍ର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଅବସରରେ ରାଉରକେଲା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଓଡିଶା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ବାସୁଦେବ ବାନାର୍ଜୀ, ଶିବୁ ଦୀପ, ସଂଖ୍ୟାଲଘୁ ରାଜ୍ୟ ସାଧାରଣ ସମ୍ପାଦକ ସଦ୍ଦାବ ଅହମଦ, ସବୀର ହୁସେନ, ଯୁବ କଂଗ୍ରେସ ସଭାପତି ଶ୍ରୀ ଗାନ୍ଧୀ ଦାସ, ଆୟୁବ ଖାନ୍, ଅମ୍ରିତା କୌର, ମହମ୍ମଦ ଇମାମ, ନିଆଜ଼ ଅହମଦ, ତବରେଜ ଅହମଦ, ମହମ୍ମଦ ନଇମ, ଜାହାଙ୍ଗୀର ଆଲମଙ୍କ ସମେତ ବାବୁ ପଲେଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।