ବନ୍ଧମୁଣ୍ଡା ଜନସେବା ସଙ୍ଗଠନ ପକ୍ଷରୁ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ବନ୍ଧମୁଣ୍ଡା ‘ବି’ ସେକ୍ଟର ସ୍ଥିତ ରୋଜ ମେରି ପ୍ଲେ ସ୍କୁଲ୍ ପରିସରରେ ଜନସେବା ସଙ୍ଗଠନ ପକ୍ଷରୁ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଙ୍ଗଠନର ସଭାପତି ତଥା ପୂର୍ବତନ କାଉନସିଲର ବି ବର୍ଦ୍ଦେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ଥାନାର ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦିନି ଗର୍ଡିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଆଜିର ପ୍ରଦୂଷିତ ପରିବେଶରେ ବୃକ୍ଷ ରୋପଣ କରି ଆମେ ପୁଣି ଥରେ ପରିବେଶକୁ ଶୁଦ୍ଧ କରିପାରିବା ବୋଲି ସେ କହିଥିଲେ। ଏହା ସହିତ ଏହିଭଳି ସାମାଜିକ କାର୍ଯ୍ୟ କରିଥିବାରୁ ସେ ସଂଗଠନର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବର୍ତ୍ତମାନ ସମୟରେ ପରିବେଶକୁ ସୁରକ୍ଷିତ ରଖିବା ସହ ଅଧିକରୁ ଅଧିକ ଅମ୍ଳଜାନ ଆହରଣ ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ ବୃକ୍ଷଚାରା ରୋପଣ କରିବା ପାଇଁ ଶ୍ରୀ ରାଓ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାରର ବୃଷଚାରା ରୋପଣ କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ମହମ୍ମଦ ଅରମାନ ଅଲ୍ଲୀ, ଜନ ଭେଙ୍ଗ୍ରା, ଏସ ଜଗଦିଶ ରାଓ, ଏନ ଶ୍ରିନିବାସ ରାଓ, ନାଗେଶ୍ୱର ଜଗଦଲ୍ଲା, ଆର ଏସ ଏସ ସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ।