ଆରଏସପିର ଇସ୍ପାତ ଜେନେରାଲ୍ ହସ୍ପିଟାଲର ଡାକ୍ତରଙ୍କ ରାଜ୍ୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଲାଭ
1 min read
ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସପିଟାଲର ଚର୍ମରୋଗ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମେଡିକାଲ ଅଧିକାରୀ ଡାକ୍ତର ସତ୍ୟଜିତ୍ ସାହୁ ଜୁଲାଇ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଶୁଟିଂ ଚାମ୍ପିଅନସିପ୍ ରେ ୨୫ ମିଟର ଷ୍ଟାଣ୍ଡାର୍ଡ ପଏଣ୍ଟ ୨୨ ପିସ୍ତଲ ଏନଆର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି କମ୍ପାନୀ ତଥା ଇସ୍ପାତ ସହର ପାଇଁ ଗୌରବ ଆଣିଦେଇଛନ୍ତି ।

ଶ୍ରୀମତୀ ମଞ୍ଜୁ ସାହୁ ତଥା ଆରଏସପିର ଅବସରପ୍ରାପ୍ତ ସିଭିଲ ଇଞ୍ଜିନିୟର ଶ୍ରୀ ଶମ୍ଭୁ ନାଥ ସାହୁଙ୍କ ସୁପୁତ୍ର ଡାକ୍ତର ସତ୍ୟଜିତ କିମ୍ସ ହସ୍ପିଟାଲ ଭୁବନେଶ୍ୱରରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବାବେଳେ ୨୦୧୮ ମସିହାରେ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ତାଙ୍କର ଅଭ୍ୟାସ ଆରମ୍ଭ କରିଥିଲେ। ବ୍ରୋଞ୍ଜ ପଦକ ଜିତିବା ପୂର୍ବରୁ ଡାକ୍ତର ସାହୁ ଲଗାତାର ତିନି ବର୍ଷ ଧରି ରାଜ୍ୟ ଶୁଟିଂ ଚାମ୍ପିଅନସିପର ଟାଇଟଲ ବିଜେତା ରହିଆସିଛନ୍ତି। ଆଗାମୀ ଇଷ୍ଟ ଜୋନ୍ ଶୁଟିଂ ଚାମ୍ପିଅନସିପ୍ ପାଇଁ ତାଙ୍କୁ ମଧ୍ୟ ଚୟନ କରାଯାଇଛି। ସେ ଦ୍ୱିତୀୟ ଥର ପାଇଁ ଇଷ୍ଟର୍ଣ୍ଣ ଜୋନାଲ ସ୍ତରରେ ଖେଳିବେ।