ସିଆଇଏସସିଇ ଆଞ୍ଚଳିକ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ

1 min read
Spread the love

କାଉନସିଲ ଅଫ୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ (ସିଆଇଏସ ସିଇ) ଦ୍ୱାରା ଆୟୋଜିତ ଅଣାଲୀଆ  ଦୌଡ଼କୁଦ ପ୍ରତିଯୋଗିତା ରାଉରକେଲା ସ୍ଥିତ ବିର୍ଶାମୁଣ୍ଡା ଏଥେଲେଟିକ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ର ୮ ଟି ଜୋନରୁ  ମୋଟ ୪୫୦ ଜଣ ପ୍ରତିଯୋଗୀ  ଅଂଶ ଗ୍ରହଣ କରିଥିଲେ। ୧୪ ବର୍ଷରୁ କମ୍ ,୧୭ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବର୍ଗରେ ମୋଟ ୪୦ ଟି ପ୍ରତିଯୋଗିତା ଏଥିରେ ହେଉଛି। ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା  ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ସମ୍ମାନୀତ  ଅତିଥି ଭାବରେ ଏସଆଇଏସସି ଜାତୀୟ ସମ୍ପାଦକ ଫାଦର ଏସ.ଜୋସେଫ , ଆଇସିଏସସି ସ୍କୁଲ ଓଡ଼ିଶା ଅଞ୍ଚଳର ସମ୍ପାଦକ ତଥା ମୁଖ୍ୟ ସଂଯୋଜକ ସିଷ୍ଟର ସେଲଭି  ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ସମ୍ପାଦକ ତଥା କାରମେଲ ବିଦ୍ୟାଳୟ ଜଲଦା ର ଅଧ୍ୟକ୍ଷା ସିଷ୍ଟର  ଜୟସିଲି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଭିନ୍ନ ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳୀମାନଙ୍କୁ ପୁରସ୍କାରଭାବେ ମାନପତ୍ର ଓ ପଦକ  ପ୍ରଦାନ କରାଯାଇଛି। ଏଥିରେ ଉକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ଆସନ୍ତା ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାହେବ ବୋଲି ସୂଚନା ଦିଆଯାଇଛି। ରାଉରକେଲାର ସମସ୍ତ ଆଇସିଏସସି ବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା  ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାର ଆୟୋଜନ ଜଲ୍‌ଦା ସ୍ଥିତ କାର୍‌ମେଲ୍‌ ସ୍କୁଲ୍‌ ଦ୍ବାରା ସେଣ୍ଟ ଯୋସେଫ ଓ ସେଣ୍ଟ ପଲ୍‌ ସ୍କୁଲ୍‌ ସହଯୋଗରେ ହେଉଛି। ରବିବାର ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ହେବ।

Leave a Reply

Your email address will not be published. Required fields are marked *

error: Content is protected !!