Skip to content
ରାଉରକେଲା ସହର ଉପକଣ୍ଠରେ ଥିବା ତୁମ୍କେଲା ଜଗନ୍ନାଥ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସତ୍ୟସାଈ ସେବା ସଂସ୍ଥା ପକ୍ଷରୁ ଶାଳ, ପିଆଶାଳ, ପଣସ, ସହିତ ବିଭିନ୍ନ ଫଳ ଏବଂ ଔଷଧୀୟ ବୃକ୍ଷ ଏହି କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରେମଚାନ୍ଦ ପଶାୟତଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କମିଟିର ଉପସଭାପତି ରାଜେଶ ପ୍ରସାଦ, ସମ୍ପାଦକ ଜଗଦିଶ ପଶାୟତ, ସହ ସମ୍ପାଦକ ପ୍ରଭାତ କୁମାର ଜେନା ଓ କୋଷାଧ୍ୟକ୍ଷ ଜେଠୁ ମାହାତୋ ପ୍ରମୁଖଙ୍କ ସମେତ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହା ସହିତ ପରିଚାଳନା କମିଟିର ସାଇବ ମାଝିଙ୍କୁ ଲଗାଯାଇଥିବା ଗଛର ରକ୍ଷଣାବେବେକ୍ଷଣ ଦାୟିତ୍ବ ଦିଆଯାଇଥିବା ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସୁରକ୍ଷା ଦେବାର ଆହ୍ବାନ ଦିଆଯାଇଛି।
Post Views: 517
error: Content is protected !!