Skip to content
ଢେଙ୍କାନାଳ ସୌର ବ୍ରାହ୍ମଣ ପରିଷଦର ପ୍ରଥମ ପ୍ରତିଷ୍ଠା ଦିବସ ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ୍ଠାରେ ପାଳନ ହୋଇଯାଇଛି। ଏଥିରେ ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ର ସଭାପତି ପଣ୍ଡିତ ରଘୁନାଥ ଦାସ, ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ସହ ସମ୍ପାଦକ ଅଚ୍ୟୁତାନନ୍ଦ ନାୟକ, ପରିଷଦର ଢେଙ୍କାନାଳ ଜିଲ୍ଲା ସଭାପତି, ଶ୍ରୀଯୁକ୍ତ ପୁରୁଷୋତ୍ତମ ନାୟକ, ଜିଲ୍ଲା କୋଷାଧ୍ୟକ ନିର୍ମଳ ଚନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ, ଅମୀୟ କୁମାର ନାୟକଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ନାୟକ, ଗଗନ ବିହାରୀ ଆଚାର୍ଯ୍ୟ, ଡ଼. ପ୍ରମୋଦ ଆଚାର୍ଯ୍ୟ, ଭରତ ଚନ୍ଦ୍ର ନାୟକ, ଅଶୋକ ପଣ୍ଡିତ ରାୟ, ପ୍ରଦୀପ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ରଘୁନାଥ ଦାସ ଶାସ୍ତ୍ରରେ ଗ୍ରହ ବିପ୍ରମାନଙ୍କୁ ଶ୍ରେଷ୍ଠ ବୋଲି କୁହାଯାଇଛି, ସେମାନେ ସୁ ସାଧନା ବଳରେ ସମାଜ ର ପରିବର୍ତ୍ତନ କରିପାରିବେ ବୋଲି କହିଥିଲେ । ଏହି ଅବସରରେ ଢେଙ୍କାନାଳ ସୌର ବ୍ରାହ୍ମଣ ପରିଷଦର ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କ ନାମ ରାଜ୍ୟ ସଭାପତି ଘୋଷଣା କରିଥଲେ।
ନୂତନ କମିଟିରେ ଜିଲ୍ଲା ସଭାପତିଭାବେ ପୁରୁଷୋତ୍ତମ ନାୟକ, ସମ୍ପାଦକଭାବେ ପ୍ରଭାତ କୁମାର ନାୟକ, କୋଷାଧ୍ୟକ୍ଷଭାବେ ନିର୍ମଳ ଚନ୍ଦ୍ର ନାୟକ, ମେଡ଼ିଆସେଲ ପ୍ରଭାରୀ ଉପସଭାପତି ଜ୍ୟୋତି ଶଙ୍କର ନାୟକ, ଉପସଭାପତି ସୁଭାଷ ଚନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ନାୟକ ଓ ଦେବି ପ୍ରସାଦ ନାୟକ, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ ଓ ଅମୀୟ କୁମାର ନାୟକ, ସାଙ୍ଗଠନିକ ସମ୍ପାଦକ ମନୋଜ କୁମାର ନାୟକ ଓ ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ, ଆଇନ ଉପଦେଷ୍ଟାଭାବେ ଗିରିଜା ଶଙ୍କର ନାୟକ ଓ ସାଙ୍ଗଠନିକ ସମ୍ପାଦକ ହାରପ୍ରସାଦ ନାୟକ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା। ସମ୍ପାଦକ ଅମୀୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଯୁବ କବି ଦେବୀ ପ୍ରସାଦ ନାୟକ ସ୍ୱରଚିତ କବିତା ପାଠ କରିଥିଲେ । ସୁବାସ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ଅଚ୍ୟୁତା ନନ୍ଦ ନାୟକ ଓ ଦେବୀ ପ୍ରସାଦ ନାୟକ ମଞ୍ଚ ପରିଚାଳନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୬ ଜଣ ଗ୍ରହବିପ୍ରଙ୍କ ସ୍ୱ ଲିଖିତ ତାଳପତ୍ର ଲିଖନ ଅତିଥି ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବା ସହ ସେମାନଙ୍କୁ ସମ୍ମାନିତ କରା ଯାଇଥିଲା।
Post Views: 287
error: Content is protected !!