ପୁରୀ – ଅହମଦାବାଦ ଟ୍ରେନ ରେ ଗଞ୍ଜେଇ ଚାଲାଣ ପଣ୍ଡ : ତିନି ଅଭିଯୁକ୍ତ ଗିରଫ 

1 min read
Spread the love

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ରେଳ ଜଙ୍କସନ ରୁ ସାରା ଭାରତ କୁ ସଂଯୋଗ କରୁଥିବା ଏହି ରେଳପଥରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଓ ଅଭିଯୁକ୍ତ ଗିରଫ ହେବା ଦେଖିବାକୁ ମିଳୁଛି। ଏହି କ୍ରମରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଟ୍ରେନ ରେ ଗଞ୍ଜେଇ ଚାଲାଣ କରିବା ଯୋଜନା ପଣ୍ଡ କରିଛି ଅବକାରୀ ବିଭାଗ୤ଟିଟିଲାଗଡ ନିକଟସ୍ତ କୁମ୍ବେପଡ଼ା ଗ୍ରାମ ନିକଟରେ ଅବକାରୀ ବିଭାଗ ଖବର ପାଇ ଦୁଇ ଜଣ ଯୁବକ ହିରୋ ଗ୍ଲେମର ବାଇକ ଯୋଗେ  ୧୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଆଣି ଟିଟିଲାଗଡ ରେଳ ଷ୍ଟେସନ ରେ ପହଞ୍ଚାଇଥାନ୍ତେ। ଏମାନଙ୍କ ସମ୍ପର୍କରେ ଅବକାରୀ ବିଭାଗ ସୂଚନା ପାଇ ଦୁଇ ଯୁବକଙ୍କୁ ଗଞ୍ଜେଇ ସହିତ ଗିରଫ କରାଯାଇଛି।  ଅବକାରୀ ଥାନା ଅଧିକାରୀ ଆଶିଷ ବେହେରା, ଏଏସଆଇ ସମୀର ରଞ୍ଜନ ଭୋଇ, ଏ ଏସ ଆଇ ଯତୀନ କୁମାର ଦୀପ, ଏ ଏସ ଆଇ ବୁଲୁ ସେଠି, କୁମୁଦିନୀ ମଲ୍ଲିକ,ସୁନିଲ ବଢେଇ,ଗଗନ ବିହାରୀ ମିଶ୍ର ପ୍ରମୁଖ ଏହି ଗିରଫ ରେ ସାମିଲ ଥିଲେ।  ସେହିଭଳି ଅନ୍ୟ ଜଣେ ଯୁବକକୁ କଣ୍ଟାବାଞ୍ଜିରେ ଗିରଫ କରାଯାଇ ତଦନ୍ତ ଜାରି ରହିଛି।   

Leave a Reply

Your email address will not be published. Required fields are marked *

error: Content is protected !!