ବାସନ୍ତୀ ପାଠାଗାର ପକ୍ଷରୁ ବ୍ୟଙ୍ଗ ସାହିତ୍ୟ ଆସର ଆୟୋଜିତ

1 min read
Spread the love

ରାଉରକେଲା ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ବାସନ୍ତୀ ପାଠାଗାର ପକ୍ଷରୁ ବ୍ୟଙ୍ଗ ସାହିତ୍ୟ ଆସର ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ସାଧାରଣ ସମ୍ପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଡଃ ଅଶ୍ବିନୀ କୁମାର ରାୟ ଆଲୋଚ୍ୟ ବିଷୟ ‘ହାସ୍ୟ ଓ ବ୍ୟଙ୍ଗ କଅଣ ଓ କାହିଁକି’  ଶୀର୍ଷକ ଉପରେ ଆଲୋଚନା କରିଥିଲେ। ଡଃ ରାୟ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି ଲେଖକୀୟ ସ୍ବାଧୀନତା ହାସ୍ୟ ସାହିତ୍ୟିକ ମାନେ ହିଁ ଦେଇପାରନ୍ତି ବୋଲି କହିଥିଲେ।

ବ୍ୟଙ୍ଗ ବିଦ୍ରୁପାତ୍ମକ ହାସ୍ୟରସ ସଂପୂର୍ଣ୍ଣ ଭାବରେ ବୌଦ୍ଧିକତାପୂର୍ଣ୍ଣ ହାସ୍ୟରସ। ଏହା ସହ ସେ ନିର୍ମଳ ହାସ୍ୟରସ ଓ ବିଦ୍ରୁପାତ୍ମକ ହାସ୍ୟରସ  ସଂପର୍କରେ ଶ୍ରୀ ରାୟ ଆଲୋଚନା କରିଥିଲେ । ଏହି ଅବସରରେ ବରିଷ୍ଠ ହାସ୍ୟ କବି ରାଧୁ ମିଶ୍ର ଏକ ରମ୍ୟ ରଚନା ସହ କ୍ଷୁଦ୍ର ହାସ୍ୟ ଗଳ୍ପ  ପାଠ କରିଥିଲ। ଏହାସହ ଶ୍ରୀମିଶ୍ର  ହାସ୍ୟ ରସର ବିବିଧତା ଉପରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ରାଉତଙ୍କ ସଂଯୋଜନାରେ ଏକ ବ୍ୟଙ୍ଗ ଓ ହାସ୍ୟ କବିତା ଆସର ଅନୁଷ୍ଠିତ ହେଇଥିଲା । ବ୍ୟଙ୍ଗ କବିତା ଆସରରେ ଅଜୟ କୁମାର ମହାନ୍ତି, ରବିନ୍ଦ୍ର ନାଥ ମହାନ୍ତି, ଉପେନ୍ଦ୍ର କୁମାର ବସ୍ତିଆ, ବିନତା ମହାନ୍ତ, ତ୍ରିନାଥ ସିଂ, ଗଙ୍ଗାଧର ପୁହାଣ, ବ୍ରହ୍ମାନନ୍ଦ ପାଢ଼ୀ,ସୁମିତା ସ୍ବାଇଁ,ବ୍ରଜବିହାରୀ ଦାଶ, ଗଦାଧର ରଥ, କରୁଣାକର ପାଟ୍ଟଶାଣୀ, ହିମାଂଶୁ ସାହୁ, ସୁଶାନ୍ତ କୁମାର ନାୟକ,ବ୍ରଜେନ୍ଦ୍ର ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶ୍ରୀ ମିଶ୍ର କବିତା ଗୁଡିକର ସମୀକ୍ଷା କରିଥିଲେ। ଶେଷରେ ଅନୁଷ୍ଠାନର ଯୁଗ୍ମ ସଂପାଦକ ଅଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି  କାର୍ଯ୍ୟକ୍ରମରେ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଭୂପେନ ମହାପାତ୍ର, ସୁନିଲ୍ ମହାନ୍ତି,ଶରତଚନ୍ଦ୍ର ରାଉତ, ରବିନ୍ଦ୍ର ଠାକୁର, ଅଶୋକ ପଟ୍ଟନାୟକ, କବିତା ଦାଶ, କମଳ ଆଚାର୍ଯ୍ୟ,କୁଳମଣି ଦାସ, ଶଙ୍କର ପ୍ରସାଦ ତ୍ରିପାଠୀ ,କାଶୀନାଥ ନନ୍ଦୀ, ପ୍ରିୟା ପାତ୍ର, ନିରୁପମା ଚାନ୍ଦ ଙ୍କ ସମେତ ଶତାଧିକ ସଂଖ୍ୟାରେ  ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!