Skip to content
ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା ରାଜ୍ୟ କମିଟି ଦ୍ବାରା ରାଉରକେଲା ଆଦର୍ଶ ପାଠାଗାର ନିକଟସ୍ଥ ଆଦର୍ଶ ସାହିତ୍ୟଘରଠାରେ ଚାଲିଥିବା ଦୁଇ ଦିନିଆ ରାଜ୍ୟ ସ୍ତରୀୟ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଆଜିର ପରିସ୍ଥିତି ଓ ମହିଳାମାନଙ୍କ ଉପରେ ତାହାର ପ୍ରଭାବ ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚାନ ହୋଇଥିଲା ।
ସଙ୍ଗଠନର ରାଜ୍ୟ ସଭାନେତ୍ରୀ ସୁଶିଳା ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ରାଷ୍ଟ୍ରୀୟ ସଭାନେତ୍ରୀ ପି କେ ଶ୍ରୀମଥି, ରାଷ୍ଟ୍ରୀୟ କୋଷାଧ୍ୟକ୍ଷା ଏସ ପୁନ୍ନାବତୀ, ରାଷ୍ଟ୍ରୀୟ ସମ୍ପାଦିକା ତାପସୀ ପ୍ରହରାଜ, ରାଜ୍ୟ ସମ୍ପାଦିକା ସୁରଜିତା ନାୟକଙ୍କ ସମେତ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ମାରିୟମ ଧାୱଡ଼େ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ବର୍ଗର ମହିଳାମାନେ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ମହିଳାମାନଙ୍କ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଙ୍ଗଠନ ପକ୍ଷରୁ ଆସନ୍ତା ଅକ୍ଟୋବର ମାସରେ ନୁଆଦିଲ୍ଲୀଠାରେ ହେବାକୁ ଥିବା ଆନ୍ଦୋଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା ।
Post Views: 362
error: Content is protected !!