Skip to content
ପଶ୍ଚିମ ଓଡ଼ିଶାର ସମୃଦ୍ଧ ସମ୍ବଲପୁରୀ ଭାଷା ଓ ଏହାର ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଇଥାଏ। ଏଥିପାଇଁ ସମ୍ବଲପୁର ଜିଲ୍ଲା ଏବଂ ସମ୍ବଲପୁରୀ ଭାଷାଭାଷୀର ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଏହି କ୍ରମରେ ସମ୍ବଲପୁରୀ ଦିନ ପାଳନ ସମ୍ପର୍କରେ ବାର୍ତ୍ତାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ରାଉରକେଲାଠାରେ ଆୟୋଜିତ ହୋଇଯାଇଛି। ପରିଷଦର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏହି ଅବସରରେ ସହରର ଉଦିତ ନଗର ଅଞ୍ଚଳରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆସନ୍ତା ୧ ତାରିଖ ଦିନ ସମ୍ବଲପୁରୀ ଦିନ ପାଳନ ନିମନ୍ତେ ରାଉରକେଲା କ୍ଲବ୍ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
Post Views: 226
error: Content is protected !!