ଡବା ଛାଡ଼ି ପଳାଇଲା ଗାଡ଼ି: ଅଳ୍ପକେ ବର୍ତ୍ତିଲା ସାମ୍ଭାବ୍ୟ ଦୁର୍ଘଟଣା 

1 min read
Spread the love

ବାହାନଗା ରେଳ ଦୁର୍ଘଟଣା ଘଟଣା ପରେ ଭାରତୀୟ ରେଳାବାଇରେ ବିଭିନ୍ନ ସମୟରେ ଘଟୁଥିବା ଘଟଣା ଚର୍ଚ୍ଚାରେ ରହିଛି କେତେବେଳେ ଡବା ଛାଡ଼ି ଇଞ୍ଜିନ ପଳେଇବା ଘଟଣା ହେଉ କିମ୍ବା ଗୋଟିଏ ଲାଇନ୍‌ରେ ଦୁଇଟି ଗାଡ଼ି ଯିବା ଘଟଣା ଏହି କ୍ରମରେ ରାଉରକେଲା ରେଳ ଷ୍ଟେସନ ଆଡ଼କୁ ଆସୁଥିବା ଏକ ମାଲଗାଡ଼ିର କିଛି ଡବାକୁ ଛାଡ଼ି ଇଞ୍ଜିନ ସହିତ ଅନ୍ୟ କିଛି ଡବା ପଳାଇଯିବା ଘଟାଣା ଚର୍ଚ୍ଚାର ବିଷୟ ହୋଇଛି ସୂଚନା ମୁତାବକ ଝାରସୁଗୁଡ଼ା ପଟୁ  ଟାଟା ନଗର ଆଡ଼କୁ ଯାଉଥିବା ଏକ ମାଲ ବୋଝେଇ ଟ୍ରେନ ରାଉରକେଲା ବାସନ୍ତୀ କଲୋନୀ ଓଭର ବ୍ରିଜ ନିକଟରେ  ଇଞ୍ଜିନରୁ ଅଲଗା ହୋଇଯାଇଥିବା ଘଟଣା ଘଟିଥିଲା ଇଞ୍ଜିନ ସହିତ କିଛି ଡବାକୁ ନେଇ ଗାଡ଼ିଟି କିଛିବାଟ ଆଗକୁ ଯିବା ପରେ ପୁଣି ଥରେ ଫେରି ଛାଡ଼ିଯାଇଥିବା ଡବାକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ରେଳ କର୍ମଚାରୀଙ୍କୁ ଘେରି ପ୍ରଶ୍ନ କରିଥିଲେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ସହକାରୀ ଲୋକୋ ପାଇଲଟଙ୍କ ସୂଚନା ମୁତାବକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଡବାକୁ ଡବା ଯୋଡ଼ୁଥିବା କପ୍‌ଲିଙ୍ଗ ଗୋଟିଏ ସ୍ଥାନରେ ଖସିଯିବାରୁ ଏହି ସମସ୍ୟା ହୋଇଥିଲା ଏହା ଜଣାପଡ଼ିବା ପରେ ତୁରନ୍ତ ସମସ୍ୟାର ସମାଧାନ କରାଯାଇଥିଲା ଅନ୍ୟପକ୍ଷରେ ଏହି ଘଟଣା ଶନିବାର ରାତ୍ର ପ୍ରାୟ ୯ଟା ୩୦ ସମୟରେ ଘଟିଥିଲା ଏହି ସମୟରେ ସମ୍ପୃକ୍ତ ଟ୍ରେନ ଲାଇନରେ ଏକାଧିକ ଗାଡ଼ି ଯାତ୍ରା କରିଥାନ୍ତା କିନ୍ତୁ ଏହି ଘଟଣା ପରେ ରେଳବାଈ କର୍ମଚାରୀମାନେ ସତର୍କ ହେବାରୁ କିଛିସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ କରାଯିବାରୁ କୌଣସି ବଡ଼ଧରଣର ଦୁର୍ଘଟଣା ହୋଇନାହିଁ ଅନ୍ୟପକ୍ଷରେ ଏହି ଘଟଣା ପୁଣି ଥରେ ଭାରତୀୟ ରେଳବାଇରେ ସୁରକ୍ଷା ବ୍ୟବସ୍ଥାର ଢିଲାକୁ ପଦାରେ ପକାଇଛି   

Leave a Reply

Your email address will not be published. Required fields are marked *

error: Content is protected !!