ବେଦାନ୍ତର କୁଡ଼ାଲୋଇ – ୧ କୋଇଲା ବ୍ଲକ୍‌ ଆବଣ୍ଟନକୁ ବିଧାୟିକାଙ୍କ ବିରୋଧ ଘୋଷଣା

1 min read
Spread the love

ଅଗଷ୍ଟ ଏକ ତାରିଖ ଦିନ ହେବାକୁ ଥିବା ବେଦାନ୍ତର କୁଡ଼ାଲୋଇ -୧ ଉତ୍ତର କୋଇଲା ବ୍ଲକ ପାଇଁ ଜନ ଶୁଣାଣିକୁ ବିରୋଧ କରିବେ ବ୍ରଜରାଜନଗରର ବିଧାୟିକା ଅଳକା ମହାନ୍ତି। ଜୟବୁଡ଼ିଆ ଠାରେ ବଂଜାରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରଜରାଜନଗର ବିଧାୟିକାଙ୍କ ଅଳକା ମହାନ୍ତିଙ୍କ ସହିତ ସହ ସହ ମହିଳା ଓ ପୁରୁଷ ମାନେ ଯୋଗଦେଇ ବେଦାନ୍ତର ପ୍ରସ୍ତାବିତ କୁଡାଲୋଇ – ୧ ଉତ୍ତର କୋଇଲା ବ୍ଲକ ପାଇଁ ଆସନ୍ତା ଅଗଷ୍ଟ ଏକ ତାରିଖ ଦିନ ହେବାକୁଥିବା ଜନଶୁଣାଣି ଉପରେ ବିସ୍ତାର ଆଲୋଚନା ହୋଇଥିଲା।

ଏଥିରେ ଉଭୟ ଓ ପୁରୁଷ ଏବଂ ମହିଳା ମାନେ ଆମେ ସମସ୍ତେ ଜୀବନ ଦେବୁ କିନ୍ତୁ ଭିଟାମାଟି ଓ ଜଙ୍ଗଲ ଜମି ଛାଡିବୁ ନାହିଁ ବୋଲି ସଂକଳ୍ପ ନେଇ ଆଗେଇ ବା ପାଇଁ ନିଶ୍ଚିତ କରିଛନ୍ତି। ଏହି ସଭାରେ ବଂଜାରୀ, ବରତାପ, ଚାଉରି ମହୁଲ, କୁଡାଲୋଇ, ଜୟବୁଡିଆ ଆଦି ଗ୍ରାମବାସୀମାନେ ଭାଗ ନେଇଥିଲେ। ଅନ୍ୟପଟେ ଏହି ବେଦାନ୍ତ ବିରୋଧୀ ମେଳିରେ ବ୍ରଜରାଜନଗର ନିଧୟିକା ଅଳକା ମହାନ୍ତିଙ୍କ ଯୋଗ ଦେବା ବିରୋଧୀ ଗୋଷ୍ଟିକୁ ବଳ ଯୋଗାଇଚି। ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ବିରଞ୍ଚି ସାହୁ, ଗୋପୀ ମାଝି ଏବଂ ସରୋଜ କୁଅଁରଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପସ୍ଥିତି ବେଦାନ୍ତ ସପକ୍ଷବାଦୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!