Skip to content
ମୁସଲମାନଙ୍କର ପବିତ୍ର ପର୍ବ ‘ମହରମ୍’ ପାଳିତ ହେବାକୁ ଯାଉଛି ୨୯ ତାରିଖ ଅର୍ଥାତ୍ ଶନିବାର ଦିନ। ଏଥିପାଇଁ ମୁସଲମାନ ଧର୍ମର ଧର୍ମଗୁରୁମାନଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।ସହରର ମୁଖ୍ୟରାସ୍ତା-ନାଲାରୋଡ୍ ଅଞ୍ଚଳର କେନ୍ଦ୍ରୀୟ ମହରମ୍ ପାଳନ କମିଟିର ଇଜାଜ ଅଖତର୍ଙ୍କ ସୂଚନା ମୁତାବକ ତ୍ୟାଗ ଓ ବଳିଦାନର ପର୍ବ ଏବଂ ମହରମ୍ ଉତ୍ସବ ପାଳନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।
ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିଛନ୍ତି। ଶନିବାର ଦିନ ହେବାକୁ ଥିବା ମହରମ୍ ପାଳନରେ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଶତାଧିକ ଶ୍ରଦ୍ଧାଳୁ ସାମିଲ ହେବେ। ଏଥିପାଇଁ ରାଉରକେଲା ପୋଲିସ ପକ୍ଷରୁ ଶୋଭାଯାତ୍ରା ଓ ଉତ୍ସବ ପାଳନ ନିମନ୍ତେ ୪ ପ୍ଲାଟୁନ ପୋଲିସ କର୍ମୀ ମୂତୟନ କରାଯାଇଛି।
Post Views: 611
error: Content is protected !!