Skip to content
ରାଉରକେଲା ସହରର ପାନପୋଷ ରୋଡ୍ରେ ଥିବା ସନ୍ଥ ନିରଙ୍କାରୀ ମିଶନ କାର୍ଯ୍ୟାଳୟ ପରିସରରେ ଏକ ମହିଳା ସଙ୍ଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଙ୍ଗଠନର ପ୍ରମୁଖ ପ୍ରଚାରକ ସୁଦୀକ୍ଷାଜୀଙ୍କ ଆହ୍ବାନ କ୍ରମେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଞ୍ଚିରୁ ଆସିଥିବା ଗୁରୁମାତା ଚମ୍ପା ଭାଟିଆ ଉଦ୍ବୋଧନ ଦେଇଥିଲେ।
ବିଶେଷ କରି ଆଜିର ସାମାଜିକ ବ୍ୟବସ୍ଥା ଓ ସ୍ଥିତିରେ ମହିଳାମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଏଥିରେ ରାଉରକେଲା ସମେତ ଆଖପାଖ ଅଞ୍ଚଳରୁ ସନ୍ଥ ନିରଙ୍କାରୀ ମିସନ ସହିତ ଯୋଡ଼ି ହୋଇଥିବା ଶତାଧିକ ମହିଳା ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ।
ସମସ୍ତ କାର୍ଯ୍ୟକ୍ରମ ନିରଙ୍କରୀ ସଙ୍ଗଠନର ଓଡ଼ିଶା ଶାଖା ୪୪ନମ୍ବର ଜୋନ୍ର ମୁଖ୍ୟ ବସନ୍ତ କୁମାର ତ୍ରିପାଠୀ ଏବଂ ରାଉରକେଲା ଶାଖା ସଂଯୋଜକ ରାମେଶ୍ବର ସାହୁଙ୍କ ଦ୍ବାରା ସଞ୍ଚାଳନ କରାଯାଇଥିଲା।
Post Views: 337
error: Content is protected !!