ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବୈଠକ
1 min read
ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବାଘଧରିଆ, ବାଙ୍କଡିଆ ଓ ପଡ଼ା ପଞ୍ଚାୟତରେ ଆପ୍ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା 18 ଅଗଷ୍ଟରେ ହିନ୍ଦୋଳ ଠାରେ ହେବାକୁ ଥିବା ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଉକ୍ତ ବୈଠକରେ ହିନ୍ଦୋଳ ବ୍ଲକ୍ ସଭାପତି ମନୋରଞ୍ଜନ ପାଲ, ଜିଲ୍ଲା ସଙ୍ଗଠନ ସଂପାଦକ ବିଧୁରଞ୍ଜନ ନାୟକ, ସୋସିଆଲ ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛlୟତ ଓ ମହିଳା କର୍ମୀ ରଜନୀ ନାୟକଙ୍କ ଉପସ୍ଥିତିରେ ନୂତନ ବ୍ୟକ୍ତି ମାନେ ଦଳର ସଦସ୍ୟତା ଗ୍ରହଣ କରିଥିଲେ l ହିନ୍ଦୋଳରେ ହେବାକୁ ଥିବା ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ସଫଳ କରିବାପାଇଁ ସଂଗଠନ ସମ୍ପାଦକ ବିଧୁରଞ୍ଜନ ନାୟକ ଏହି ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକମାନଙ୍କୁ ନିବେଦନ କରିଛନ୍ତି।