ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଗଁଦିଆ ସ୍ମୃତି ସଂସଦ ର ଆନୁଷ୍ଠାନିକ ବୈଠକ

1 min read
Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଗଁଦିଆ ସ୍ମୃତି ସଂସଦ ର ଆନୁଷ୍ଠାନିକ ବୈଠକ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ଶ୍ରେଣୀ କକ୍ଷରେ ଜୁଲାଇ ମାସ ଅଣତିରିଶି ତାରିଖ ଶନିବାର ଦିନ ପୂର୍ବାହ୍ନ ଏଗାରଟାରେ ଦଣ୍ଡଧର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ର ପ୍ରତିଷ୍ଠା ଦିବସ ପାଳନ କରାଯାଇ ଶିକ୍ଷାବିତ୍  ସ୍ବର୍ଗତ ମାୟାଧର ସାହୁଙ୍କ ସ୍ମୃତି ଚାରଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂସଦ ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଭ୍ୟମାନେ ‌ଆଲୋଚନା କରିଥିଲେ। ଅନୁଷ୍ଠାନ ର ସଭାପତି ହରିହର ସାହୁ ଙ୍କ ସଂଯୋଜନା ରେ ମଞ୍ଚାସିନ ଅତିଥି ଭାବେ ଅନୁଷ୍ଠାନ ର ଉପଦେଷ୍ଟା ଡଃ ସମୀର କୁମାର ସାହୁ, ଗଁଦିଆ ଥିଙ୍କରସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ, ଆଞ୍ଚଳିକ ସେବା ସଂଗଠନ ର ଉପସଭାପତି ତାପସ କୁମାର ରାଉତ, ବିଶିଷ୍ଟ ସମାଜସେବୀ ଗୋପାଳ ଚନ୍ଦ୍ର ରାଉତ, ମଞ୍ଚାସିନ ହୋଇ ଉଦ୍ ବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ସେବା ସଂଗଠନ ସଭାପତି ବିଦ୍ୟାଧର ସାହୁ, ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ସାହୁ, ମଙ୍ଗୁଳି ଚରଣ ବିଶ୍ବାଳ, ଉମେଶ ଚନ୍ଦ୍ର ଧୀର, ପ୍ରଦୀପ କୁମାର ସାହୁ, ଉଦ୍ ବୋଧନ ଦେଇଥିଲେ। ନୂତନ ଭାବେ ଗଁଦିଆ ସ୍ମୃତି ସଂସଦ ଗଠନ କରାଯାଇଥିଲା। ଏଥିରେ ଉପଦେଷ୍ଟା ମଣ୍ଡଳୀ ରେ ଡଃ ସମୀର କୁମାର ସାହୁ, ଦଣ୍ଡଧର ସାହୁ, ସୁବ୍ରତ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ମଙ୍ଗୁଳି ଚରଣ ବିଶ୍ବାଳ ମନୋନୀତ ହୋଇଥିଲେ। ଠିକ୍ ସେହିପରି ସଭାପତି ଭାବେ ହରିହର ସାହୁ, କାର୍ଯ୍ୟକାରୀ ସଭାପତି ଭାବରେ ଗୋପାଳ ଚନ୍ଦ୍ର ରାଉତ, ଡମ୍ବରୁଧର ସେଠୀ, ଗୋପାଳ ଚରଣ ସାହୁ ମନୋନୀତ ହୋଇଥିଲେ। ଅନୁଷ୍ଠାନ ର ସମ୍ପାଦକ ଭାବେ ତାପସ କୁମାର ରାଉତ ମନୋନୀତ ହୋଇଥିବା ବେଳେ ସଂଯୋଜକ ଭାବେ ଗୌରହରି ଭୋଇ ସ୍ଥାନ ପାଇଥିଲେ। ଅନୁଷ୍ଠାନ ର  ନିୟମାବଳୀ ପ୍ରସ୍ତୁତ ନିମନ୍ତେ ଦୁଇ ଜଣିଆ କମିଟି ଗଠନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ହରିହର ସାହୁ,  ଓ  ଉପଦେଷ୍ଟା ମଣ୍ଡଳୀ ରୁ ଦଣ୍ଡଧର ସାହୁ ସ୍ଥାନ ପାଇଥିଲେ। ସର୍ବଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!