ଢେଙ୍କାନାଳରେ ଅଷ୍ଟମ ସ୍ବପ୍ନେଶ୍ୱର ମହୋତ୍ସବ ଉଦଘାଟିତ
1 min read
ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଶାଶ୍ୱତ କଳାପରିଷଦ ପକ୍ଷରୁ ଅଷ୍ଟାମ ସ୍ବପ୍ନେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି. ସୌରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସମାଜସେବୀ ଅରୁଣ କୁମାର ସାହୁ, ନାଟ୍ୟ ନିର୍ଦେଶକ ଦିଲ୍ଲେଶ୍ୱର ମହାରଣା ଯୋଗଦାନ କରିଥିଲେ।

ଅନୁଷ୍ଠାନର ଅଧକ୍ଷା ସିପ୍ରାରାଣୀ ମହାନ୍ତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଢେଙ୍କାନାଳ ତଥା ଜିଲ୍ଲା ବାହାରୁ ଅନେକ ବ୍ୟକ୍ତି ବିଶେଷ ତଥା ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମହୋତ୍ସବକୁ ଉପସ୍ଥାପକ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିବା ବେଳେ ବିଜ୍ଞାନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।