ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଆରମ୍ଭ
1 min read
ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା ରାଜ୍ୟ କମିଟି ଦ୍ବାରା ରାଉରକେଲା ଆଦର୍ଶ ପାଠାଗାର ନିକଟସ୍ଥ ଆଦର୍ଶ ସାହିତ୍ୟଘର ଠାରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ କର୍ମଶାଳା ଆରମ୍ଭ ହୋଇଛି। ଜୁଲାଇ ୨୯ ଓ ୩୦ ତାରିଖ ଧରି ଏହି କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ଆଜିର ପରିସ୍ଥିତି ଓ ମହିଳାମାନଙ୍କ ଉପରେ ତାହାର ପ୍ରଭାବ ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚାନ କରି ସଂଗଠନର ସର୍ବ ଭାରତୀୟ ସାଧାରଣ ସମ୍ପାଦିକା ମାରିୟମ୍ ଧାଓଲେ କହିଛନ୍ତି ଯେ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଦେଶର ମହିଳାମାନଙ୍କ ସମେତ ସମଗ୍ର ଦେଶ ବାସୀ ଏବଂ ଯେଉଁ ଅଧିକାରେ ହାସଲ କରିଥିଲେ। ଆର୍ଏସ୍ଏସ୍ ନିର୍ଦ୍ଦେଶରେ କେନ୍ଦ୍ରରେ ପରିଚାଳିତ ବିଜେପି ସରକାର ତାହା ଉପରେ ବ୍ୟାପକ ଆକ୍ରମଣ କରିଚାଲଛନ୍ତି। ଖାଦ୍ୟ ସୁରକ୍ଷା ଆଇନକୁ ବନ୍ଦ କରିଦେବା, ମନରେଗା କାମରେ ଅର୍ଥ ବରାଦକୁ କ୍ରମାଗତ ଭାବରେ କମାଇଦେବା, କରୋନା ସମୟରେ ସରକାରଙ୍କ ଅପାରଗତା ଯୋଗୁଁ ମହିଳାମାନେ ନାହଁ ନଥିବା ଯନ୍ତ୍ରଣା ଭୋଗ କରିଛନ୍ତି। ଏହି ସରକାର ସମୟରେ ମହିଳାମାନେ ସବୁଠାରୁ ବେଶି ଅସୁରକ୍ଷିତ। ଏତେ ଅସମ୍ବେଦନଶୀଳ ସରକାର କଥା ଚିନ୍ତା କରାଯାଇ ନପାରେ। କାଠୁଆ, ଉନ୍ନାଓ, କୁସ୍ତିଯୋଦ୍ଧାଙ୍କ ଠାରୁ ମଣିପୁର ପର୍ଯ୍ୟନ୍ତ ଏହାର ନଗ୍ନ ଉଦାହରଣ। ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସରକାରୀ ଋଣ ଯୋଗାଇ ନଦେଇ ସେମାନଙ୍କୁ ମାଇକ୍ରୋ ଫାଇନାନ୍ସ ରୁପି ରାକ୍ଷସମାନଙ୍କ ହାତରେ ଛାଡି ଦିଆଯାଇଛି। ଏଥି ଯୋଗୁ କୋଟିକୋଟି ମହିଳା ଋଣ ଯନ୍ତାରେ ପଡିବା ସହିତ ଆତ୍ମହତ୍ୟା କରିବାରେ ଲାଗିଛନ୍ତି। ନିକଟରେ ପୁରୀ ଜିଲ୍ଲା କଣାସ ଠାରେ ଦୁଇ ଜଣଙ୍କର ଆତ୍ମହତ୍ୟା ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧିନ ସରକାର ସମ୍ପୁର୍ଣ୍ଣ ଭାବରେ ମହିଳା ବିରୋଧୀ। ଏହି ସରକାରକୁ ପ୍ରତ୍ୟାଖାନ କରିବାପାଇଁ ଘରେ ଘରେ ମହିଳାମନେ ଅଣ୍ଟା ଭିଡିବାକୁ ଶ୍ରୀମତୀ ଧାଓଲେ କର୍ମଶାଳାରେ ଯୋଗଦେଇଥିବା ମହିଳା ନେତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି।