ମିସେସ ଇଣ୍ଡିଆ ଦିଭା କୁଇନରେ ବିଜୟୀ ହେଲେ ରାଜଗାଙ୍ଗପୁରର ଝିଅ ଡକ୍ଟର ଲୋପାମୁଦ୍ରା ସାହୁ 

1 min read
Spread the love

ସୁନ୍ଦରଗଡ଼ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ଅଞ୍ଚଳର ଝିଅ ଡକ୍ଟର ଲୋପାମୁଦ୍ରା ସାହୁ ଚଣ୍ଡୀଗଡ଼ରେ  ଚଳିତ ବର୍ଷ ୨୩ ଜୁଲାଇ ରେ ଅମିତ ସାନ୍ଧୁ ଏବଂ ସିମୋନ କାମ୍ବୋଇ ଦ୍ଵାରା ଆୟୋଜିତ ମିସେସେ ଇଣ୍ଡିଆ ଦିଭା କୁଇନ ୨୦୨୩ ରେ ବିଜେତା ହୋଇଛନ୍ତି। ଏହି ପ୍ରତିଯୋଗିତାଟି ଦୁଇ ଦିନ ଧରି ଚାଲିଥିଲା। ଏଥିରେ ମୋଟ ୧୭ ଜଣ ଅଂଶ ଗ୍ରହଣ କରିଥିଲେ। ଓଡିଶାରୁ ମାତ୍ର ଜଣେ ଡକ୍ଟର ଲୋପାମୁଦ୍ରା ସାହୁ ଅଂଶ କରି ବିଜେତା ହୋଇଥିଲେ। ୧୮ ତମ ସଂସ୍କରଣ ରେ ସେ ମିସେସେ ବିଭାଗରେ ବିଜୟୀ ହୋଇଛନ୍ତି। ଲୋପାମୁଦ୍ର ସାହୁ ପେଶା ରେ ଜଣେ ଚିକିତ୍ସିକ ହୋଇ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ  ନିଜ ଅଞ୍ଚଳ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ଛୋଟ ବେଳୁ ପାଠ ପଢିବା ସହିତ ଗୀତ ଗାଇବା ଓ ନାଚିବା ଆଦି କଳା ରେ ରୁଚି ଥିଲା। ଛାତ୍ର ଜୀବନରୁ ସେ  ଅନେକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସେ ପୁରସ୍କୃତ ହୋଇଛନ୍ତି। ପିତା  ବିଭୁତି ଭୁଷଣ ସାହୁ ଜଣେ ସରକାରୀ କର୍ମଚାରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହି ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରି ପାରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ମିସେସେ ଇଣ୍ଡିଆ ଲିଗାସି ରେ ଅଂଶ ଗ୍ରହଣ କରି ନିଜର କୃତିତ୍ୱ ପ୍ରଦର୍ଶନ କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ପରେ ସେ ନିଜର ଲକ୍ଷ୍ୟ ସ୍ତରରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଦିଲ୍ଲୀ ଠାରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଅଲ ଇଣ୍ଡିଆ ମହିଳା  ଚେଞ୍ଚ ମେକର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସେ ଓଡିଶା ର ଝିଅ ହେଲେ ମଧ୍ୟ ଛତିଶଗଡ଼ ର ବୋହୁ ହୋଇଥିବାରୁ ଦୁଇଟି ରାଜ୍ୟ ପାଇଁ ଉପସ୍ଥାପନ କରନ୍ତି। ଏହାପରେ ମଧ୍ୟ  ସେ ଦରିଦ୍ର ମାନଙ୍କୁ ସାହାଯ୍ୟ କରିବାରେ ରୁଚି ରଖନ୍ତି। ମିସେସେ ଇଣ୍ଡିଆ ଦିଭା କୁଇନ ୨୩ ରେ ବିଜେତା ହେବା ପରେ ତାଙ୍କ ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳି ଯାଇଥିଲା। ଅଞ୍ଚଳ ବାସୀ ତାଙ୍କୁ ସ୍ବାଗତ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ସଫଳତା ପଛରେ ତାଙ୍କ ମା ପଦ୍ମନୀ ସାହୁଙ୍କୁ ଶ୍ରେୟ ଦେଉଥିବା ବେଳେ ଅନ୍ୟ ପକ୍ଷରେ ସ୍ୱାମୀ ଡକ୍ଟର ଆଖିଲେସ ସାମଲ ଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!