ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ରେଳ ଚଳାଚଳ ଦାବିରେ ବିକ୍ଷୋଭ ପ୍ରଦର୍ଶନ

1 min read
Spread the love

ସ୍ୱାଧୀନତାର ୭୫ ବର୍ଷ ପରେ ସୁଦ୍ଧା ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ସିଧାସଳଖ ରେଳ ସଂଯୋଗ ନଥିବାକୁ ନେଇ ରେଳ ବିକାଶ ସମନ୍ୱୟ ସମିତି ପକ୍ଷରୁ ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମିତିର ଉପସଭାପତି ତଥା ଆଇନଜୀବୀ ସଦାନନ୍ଦ ସାହୁଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇ ରାଉରକେଲା ରୁ ଚକ୍ରଧରପୁର ଦେଇ କେଉଁଖର, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ  ଏକ ଟ୍ରେନ ଚଳାଚଳ ପାଇଁ ଦାବି କରାଯାଇଛି।

ଏହାଫଳରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲକ୍ଷାଧିକ ବସିନ୍ଦା ଉପକ୍ର୍ତ ହେବେ ବୋଲି କୁହାଯାଇଛି। ଏହି ମର୍ମରେ ଏକ ଦାବି ପତ୍ର ରାଉରକେଲା ରେଳ ଷ୍ଟେସନ ପରିଚାଳକଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନଙ୍କୁ  ନିକଟକୁ ପଠାଯାଇଛି। ଏହି ବିକ୍ଷୋଭ ସମୟରେ  ରାଉରକେଲା ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ବିଶେଶ କରି ଉତ୍ତର ଓଡ଼ିଶାର ମୂଳବାସିନ୍ଦାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!