Skip to content
ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ବଡଗାଁ ଜଙ୍ଗଲରେ ବୁଲୁଥିବା ବିଶାଳ ହାତୀପଲ ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। ହାତୀମାନଙ୍କ ଉତ୍ପାତ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ଜଙ୍ଗଲୀ ହାତୀ ପଲ ଦ୍ୱାରା କରାଯାଇଥିବା ଉତ୍ପାତ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ସଂରକ୍ଷଣକାରୀ, ବନ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ହାତୀପଲଙ୍କୁ ସୁରକ୍ଷିତ ଭାବେ ମନୁଷ୍ୟ କିମ୍ବା ସମ୍ପତ୍ତିର ଆଉ କୌଣସି କ୍ଷତି ନକରି ତାଙ୍କ ପ୍ରାକୃତିକ ବାସସ୍ଥଳୀକୁ ସ୍ଥାନାନ୍ତର କରାଯିବା ନିମନ୍ତେ ସମସ୍ତ ଆବଶ୍ୟକ ଚେଷ୍ଠା କରାଯାଉଥିବା ଜଣାପଡ଼ିଛି।
ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡରୁ ଆସିଥିବା ହାତୀପଲ ଆତଙ୍କ ରଚିଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ବଡ଼ଗାଁ ଅଞ୍ଚଳରେ ହାତୀମାନେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ଗତ କିଛି ବର୍ଷ ଧରି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଡ଼ୋଶୀ ରାଜ୍ୟର ଜଙ୍ଗଲୀ ହାତୀମାନଙ୍କର ଆତଙ୍କ ଓ ଉତ୍ପାତ ଆଳୋଚନାର ବିଷୟ ହୋଇଛି।
Post Views: 247
error: Content is protected !!