୨ଟି ସାରୀ ସହ ଅଭିଯୁକ୍ତ ମେକାନିକାଲ ଇଞ୍ଜିନିୟର ଗିରଫ
1 min read
ରାଉରକେଲା ବନବିଭାଗ ପକ୍ଷରୁ ବନପକ୍ଷୀଙ୍କୁ ଅନଲାଇନ ମାଧ୍ୟମ ରେ ବିକ୍ରୀ କରୁଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଠାରୁ ଦୁଇଟି ସାରୀ ସହିତ ଗୋଟିଏ ମୋବାଇଲ ଓ ବାଇକ୍ ଜବତ କରାଯାଇଛି। ଏହି ଦୁଇଟି ସାରୀ ବିକ୍ରୀ ପାଇଁ ୧୪ହଜାର ଟଙ୍କା ରେ ମୂଲଚାଲ ହୋଇଥିଲା। ଗିରଫ ଅଭିଯୁକ୍ତ ବିଶ୍ରା ଥାନା ଅନ୍ତର୍ଗତ ଉଡସୁ ଅଞ୍ଚଳର ୩୨ ବର୍ଷୀୟ ସନୋଜ କୁମାର ବଡାଇକ। ସେ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଏହି ବ୍ୟବସାୟ 2022 ମସିହାରୁ ଚଳାଇ ଆସୁଥିବା ଡିଏଫଓ ଯଶୋବନ୍ତ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ଅଭିଯୁକ୍ତ ନାମରେ ବନ୍ୟଯନ୍ତୁ ସୁରକ୍ଷା ଆଇନ ଓ ଅନ୍ୟାନ୍ୟ ଆଇନରେ ମାମଲା ଦାୟର କରାଯାଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଅନ୍ଲାଇନ ମାଧ୍ୟମରେ ବନ୍ୟପକ୍ଷୀ ଅନଲାଇନ ବିକ୍ରୟର ଏକ ନୁତନ ମାଧ୍ୟମ ଲୋକଲୋଚନକୁ ଆସିଛି। ସେହିଭଳି ଗିରଫ ଅଭିଯୁକ୍ତ ଜଣେ ମେକାନିକାଲ ଇଞ୍ଜିନିୟର ବୋଲି ଜଣାପଡ଼ିଛି।