ଭାଜପା ପାନପୋଷ ସାଂଗଠନିକ ଜିଲ୍ଲା ପକ୍ଷରୁ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି ଯୋଜନା ଉତ୍ସର୍ଗ ଉପଲକ୍ଷେ ବୈଠକ
1 min read
କୃଷକ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତଶ୍ରୁତି ଅନୁଯାୟୀ ରାଜସ୍ଥାନର ସିକରରୁ 1.25 ଲକ୍ଷ ପିଏମ୍ କିସାନ ସମ୍ରିଦ୍ଧି କେନ୍ଦ୍ରକୁ ଦେଶ ଉଦ୍ୟେଶରେ ଉତ୍ସର୍ଗ କରିବା ସହିତ ପିଏମ୍ କିଷାନ ଯୋଜନାର ୧୪ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କ୍ରମରେ ଲାଠିକଟା ବ୍ଲକ୍ ଅନ୍ତର୍ଗତ ଗୋପପାଲି ବିଜ୍ଞାନ କେନ୍ଦ୍ରରରେ ସିଧାପ୍ରସାରଣ ଦେଖା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୃଷକ ମାନଙ୍କୁ କୃଷି ଯୋଜନା ଉପରେ ଅବଗତ କରାଇ ଥିଲେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଜୟନ୍ତ ପତି, ବିଜେପି ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବ୍ରତ ପଟ୍ଟନାୟକ, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସଂପାଦକ ବିଜୟ ଖାଲକୋ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ମିଞ୍ଜ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ବାବୁ ପରିଡ଼ା, ମଣ୍ଡଳ ସଭାପତି ଦାଶରଥି କିଶାନ, ବରିଷ୍ଠ ନେତା ସଂଜିତ୍ ସାହୁ ଓ ଦୋଳ ଗୋବିନ୍ଦ ଦାସ, ଆଲେକ୍ସ କେରକେଟା ସହାୟକ କୃଷି ଅଧିକାରୀ । ଏହାଦ୍ବାରା କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଥିବା କେନ୍ଦ୍ର ସରକାର କୃଷକମାନଙ୍କୁ ଏକ ଛାତ ତଳେ ଉଚିତ ମୂଲ୍ୟରେ ସାର, ମଞ୍ଜି ଏବଂ କୀଟନାଶକ ଭଳି ଗୁଣାତ୍ମକ କୃଷି ଇନପୁଟ ଯୋଗାଣ ଯୋଗାଇବା ସହଜ ହେବ। ଏହା ସହିତ ପ୍ରଧାନମନ୍ତ୍ରୀ 8.5 କୋଟି ଚାଷୀଙ୍କୁ ୧୭କୋଟି କୃଷକଙ୍କୁ ମଧ୍ୟ ସହାୟତା ପ୍ରଧାନମନ୍ତ୍ରୀନ କୃଷକମାନଙ୍କ ସମସ୍ୟା ଦୂର କରିବା ପାଇଁ ସର୍ବଦା ଚେଷ୍ଟିତ ଓ ତାହା କାର୍ଯ୍ୟରେ ଦେଖାଇ ଥିବା ଯୋଗୁ କୃଷକ ଓ ବିଜେପି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶତାଧିକ କୃଷକ ଉପସ୍ଥିତ ଥିଲେ।