ମଣିପୁର ମହିଳାଙ୍କ ଉପରେ ଅସଦାଚାରଣ ଓ ପ୍ରତିହିଂସା ବିରୁଦ୍ଧରେ ମହିଳା କଂଗ୍ରେସର ବିକ୍ଷୋଭ

1 min read
Spread the love

ରାଜ୍ୟ ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ବନ୍ଦିତା ପରିଡାଙ୍କ ଆହ୍ୱାନ କ୍ରମେ ରାଉରକେଲା ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ନିରୁପମା ବଳିଆର ସିଂହଙ୍କ ନେତୃତ୍ୱରେ ମଣିପୁର ମହିଳାଙ୍କ ଉପରେ ଅତ୍ୟାଚାର ଘଟଣାକୁ ନେଇ ଉଦିତ୍‌ ନଗର ଆମ୍ୱେଦକର ଛକ ରୁ ଏକ ରାଲି ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍‌ ବିରେନ ସିଂଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳ ପାନପୋଷ, ଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା।

ମଇ ମାସ ୩ ତାରିଖ ଦିନ ମଣିପୁର ରାଜ୍ୟରେ ମହିଳାମାନଙ୍କ ଉପରେ ହୋଇଥିବା ବର୍ବରୋଚିତ ଲଜ୍ୟାଜନକ ଘଟଣା ସାରା ଦେଶକୁ ଲଜ୍ଜିତ କରିଛି। ମଣିପୁର ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଦୁଇ ମାସରୁ ଅଧିକ ଧରି ଚାଲିବା ସହ ହଣାକଟା, ଘର ଜଳାପୋଡା ସାରା ରାଜ୍ୟରେ ଚାଲିଛି। ମହିଳାମାନଙ୍କୁ ଅତ୍ୟାଚାର କରିବା ସହ ଶାରିରୀକ ଓ ମାନସିକ ଦୁର୍ବ୍ୟବହାର ବଢିବାରେ ଲାଗିଛି। ଲକ୍ଷଲକ୍ଷ ଲୋକ ସେମାନଙ୍କ ବାସସ୍ଥାନ ଛାଡି ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। ମଣିପୁର ସରକାର ସ୍ଥାଣୁ ପାଲଟି ଯାଇଛନ୍ତି। ମଣିପୁର ସରକାର କି ପ୍ରଶାସନ ନଥିବାର ପରିଲିକ୍ଷିତ ହେଉଛି। ଏଣୁ କରି  ରାଜ୍ୟ ମହିଳା କଂଗ୍ରେସର ଆହ୍ୱାନ କ୍ରମେ ରାଉରକେଲା ମହିଳା କଂଗ୍ରେସ ତରଫରୁ ମଣିପୁର ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲଗୁ କରାଯାଇ ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ବିରେନ ସେନାପତି, ଅନ୍ୟତମ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ପ୍ରବୋଧ ଦାସ, ଜିଲ୍ଲା କଂଗ୍ରେସ ଅନ୍ତରିଣ ସଭାପତି ଦେବବ୍ରତ ବିହାରୀ, ରବି ରାଏ, ସାବିର ହୁସେନ, ରଶ୍ମି ପାଢି, ସଂଖ୍ୟା ଲଘୁ ସଭାପତି, ରାଉରକେଲା ଇଜାଜ ଅଖତର, ନାରୀ ନେତ୍ରୀ ପ୍ରଭାତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ କଂଗ୍ରେସ ନେତା ଆପୁ ନାୟକ, ଶିବୁ ଦିପ୍‌, ବାସୁଦେବ ବନାର୍ଜି, ବିଜୟ ଶଙ୍କର ପୁରୋହିତ, ଗଣେଷ ପ୍ରଧାନ, ରାଜ୍ୟ ସଂଖ୍ୟାଲଘୁ ସାଧାରଣ ସଂପାଦକ ସଦାବ ଅହମ୍ମଦ, ସାକିର ହୁସେନ, ମଇନ ଆଲମ, ନାରୀନେତ୍ରୀ ସରସ୍ୱତୀ ଭୂମିଜ, ଲତା ନାୟକ, କଲ୍ୟାଣୀ ପୂର୍ତ୍ତି, ଗୀତା ସିଂ, କଂଗ୍ରେସ ନେତା କିର୍ତ୍ତନ ଦାସ, ବନମାଳୀ ବିଶୋଇ, ସେବାଦଳର ବୁଲୁ ଦାସ ଓ ମହିଳା କଂଗ୍ରେସ କର୍ମି ରୀନା ଦାସ, ଜ୍ୟୋସ୍ନା ବିଶ୍ୱାଳ, ଭାରତୀ ପାଲ, ଝରଣା ମହଲ, ଉଷା ଦେବୀ, ମଞ୍ଜୁଲତା ଘଣ୍ଟିଆଳୀ, ରାଜଲକ୍ଷ୍ମୀ କର, ଲକ୍ଷ୍ମି ମୁଦୁଲି , ସିଲୁ ଦେବୀ, ସେବା ପାଲ, ସକୁନ୍ତଳା ପଣ୍ଡିତ ପ୍ରମୁଖ ମହିଳା କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!